ବିଜୁ ପକ୍କାଘର ଯୋଜନାରେ ନୟାଗଡ ଜିଲ୍ଲାକୁ ନବୀନଙ୍କ ଧୋକ୍କା | ୩ ବର୍ଷରେ ଗୋଟିଏ ଘର ନିର୍ମାଣ ହୋଇ ନାହିଁ।

ନୟାଗଡ ଟୁଡ଼େ ବ୍ୟୁରୋ- ରାଜ୍ୟର ବିଜୁ ପକ୍କାଘର ଆବଣ୍ଟନରେ ଗତ ତିନିବର୍ଷ ଧରି କ୍ରମାଗତ ଭାବେ ନବୀନ ସରକାର ନୟାଗଡ ଜିଲ୍ଲାର ଗରିବ ବାସହୀନଙ୍କୁ ଗୋଟିଏ ଘର ମଞ୍ଜୁର ନକରି ଧୋକ୍କା ଦେଇ ଚାଲିଛନ୍ତି l ଜିଲ୍ଲାର ମନ୍ତ୍ରୀ,ବିଧାୟକ, ସାଂସଦ ମାନଙ୍କ ପାରିବାପଣିଆକୁ ଜିଲ୍ଲାବାସୀ ପ୍ରଶ୍ନ ଉଠାଇଛନ୍ତି l

ନବୀନଙ୍କ ପଞ୍ଚମ ପାଳିର ୨୦୧୯ ମସିହା ଠାରୁ ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଡାଟାବେଶ ପରିସଂଖ୍ୟାନରୁ ଜଣାଯାଇଛି ସମୁଦାୟ ୩୮୮ ଗୋଟି ଘର ସାରା ରାଜ୍ୟରେ ନିର୍ମାଣ ହୋଇଛି, ସେଥି ମଧ୍ୟରୁ ନୟାଗଡ ଜିଲ୍ଲାପାଇଁ ଗୋଟିଏ ମଧ୍ୟ ନାହିଁ କିନ୍ତୁ ନୟାଗଡ ଓଡଗାଁର ଗ୍ରାମାଞ୍ଚଳରେ ପ୍ରତ୍ୟେକ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ପୁରୁଣା ଘର ସାମ୍ନାରେ ବିଜୁ ପକ୍କାଘର ବୋର୍ଡ ଲଗାଯାଇ ଲୋକଙ୍କୁ କେବଳ ଠକା ଯାଉଛି l

ଯଦି ୨୦୧୯ ମସିହାରୁ ଆଜିଯାଏଁ ନୟାଗଡ ଜିଲ୍ଲାରେ ବିଜ୍ଜ ପକ୍କାଘର ମଞ୍ଜୁର କରା ଯାଇ ନାହିଁ ତେବେ ପୁରୁଣା ଆବାସ କାନ୍ଥରେ କାହିଁକି ବ୍ଲକ କର୍ତୃପକ୍ଷ ବିଜୁ ପକ୍କାଘର ବୋର୍ଡ ଲଗାଉଛନ୍ତି ତାହା ପ୍ରଶ୍ନ ହେବା ସ୍ୱାଭାବିକ l

କେନ୍ଦ୍ର ସରକାରଙ୍କ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ଗୁଡିକରେ ବିଜୁ ପକ୍କାଘର ପୋଷ୍ଟର ମାରି ବାସଗୃହ ନଥିବା ଗରିବ ହିତାଧିକାରୀଙ୍କୁ ନବୀନ ସରକାର,5ଟ କେବଳ ମିଛରେ ଭ୍ରମିତ କରୁଥିବା ଆଲୋଚନା ହେଉଛି l ଲୋକେ ଜାଣିଲେଣି କେନ୍ଦ୍ରର ଆବାସ ଗୃହରେ ନବୀନ ସରକାର କେବଳ ନିଜ ଫଟ ଲଗାଇ ମିଛରେ ନାଁ ନେଉଛନ୍ତି l

You might also like
Leave a comment