CITU ତରଫରୁ ଆଶା କର୍ମୀଙ୍କ ୪ର୍ଥ ନୟାଗଡ଼ ଜିଲ୍ଲା ସମ୍ମିଳନୀ ନୀଳମାଧବ କଲ୍ୟାଣ ମଣ୍ଡପ, କଣ୍ଟିଲୋ ଠାରେ ଅନୁଷ୍ଠିତ ହୋଇ ଯାଇଛି

କଣ୍ଟିଲୋ ୫ ଅକ୍ଟୋବର :– ଓଡିଶା ଆଶା କର୍ମୀ ଆସୋସିଏସନ ର ୪ର୍ଥ ନୟାଗଡ଼ ଜିଲ୍ଲା ସମ୍ମିଳନୀ CITU ନେତୃତ୍ୱ ରେ ନୀଳମାଧବ କଲ୍ୟାଣ ମଣ୍ଡପ ଠାରେ ସାଥୀ ଚାପଧାରୀ ରାଉତ, ରୂପ ମଞ୍ଜରୀ ସାହୁ ଓ ସଞ୍ଜୁକ୍ତା ସେଠୀ ଙ୍କ ସଭାପତି ମଣ୍ଡଳୀ ପରିଚାଳନା ରେ ଆଜି ପୂର୍ବାହ୍ନ ୧୧ ଟା ରୁ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଆଶାକର୍ମୀ ମାନଙ୍କ ର ଏକ ଶୋଭାଯାତ୍ରା କଣ୍ଟିଲୋ ପଞ୍ଚାୟତ ପାରୁ ବାହାରି ବଜାର ପରିକ୍ରମା କରି କଲ୍ୟାଣ ମଣ୍ଡପ ଠାରେ ପହଞ୍ଚି ଥିଲା। ସଂଗଠନ ର ଲାଲ ଝଣ୍ଡା କୁ ଆନୁଷ୍ଠାନିକ ଭାବେ ଜିଲ୍ଲା ସଭାପତି ସାଥୀ ଚାପଧାରୀ ରାଉତ ଉତ୍ତୋଳନ କଲା ପରେ ଉପସ୍ଥିତ ଅତିଥି ,ଗଣ ସଙ୍ଗଠନ ର ନେତୃତ୍ୱ ଓ ପ୍ରତିନିଧି ମାନେ ସହିଦ ବେଦୀ ରେ ମାଲ୍ୟାର୍ପଣ କରିଥିଲେ। ସମ୍ମିଳନୀ ରେ ପ୍ରଥମେ ଶହୀଦ ଙ୍କ ପ୍ରତି ଏବଂ ଗଣତାନ୍ତ୍ରିକ ଧର୍ମନୀରପେକ୍ଷ ଆନ୍ଦୋଳନ ରେ ମୃତ ବ୍ୟକ୍ତି ବିଶେଷ ଙ୍କ ପାଇଁ ଏକ ମିନିଟି ଶୋକ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ଏହି ଚତୁର୍ଥ ସମ୍ମିଳନୀ କୁ ସଙ୍ଗଠନ ର ରାଜ୍ୟ ସଭାପତି ଲୋଭାକାନ୍ତ ସ୍ବାଇଁ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମିଳନୀ ରେ ଉପସ୍ଥାପିତ ରାଜନୈତିକ ଓ ସାଙ୍ଗଠନିକ ରିପୋର୍ଟ ଉପରେ ୮ ଜଣ ପ୍ରତିନିଧି ଆଲୋଚନା କରିଥିଲେ। ଉପସ୍ଥିତ ରାଜ୍ୟ ନେତୃତ୍ୱ, ଜିଲ୍ଲା ନେତୃତ୍ୱ ମାନେ କେନ୍ଦ୍ର ମୋଦୀ ସରକାର ଓ ରାଜ୍ୟ ମୋହନ ସରକାର ଙ୍କ ଆଶାକର୍ମୀ ଭଳି ସ୍କୀମୀ ଶ୍ରମିକ, ବିଭିନ୍ନ ଶ୍ରମିକ, କୃଷକ, କର୍ମଚାରୀ ତଥା ଜନ ବିରୋଧି ନୀତି କୁ ତୀବ୍ର ସମାଲୋଚନା କରିଥିଲେ। ସରକାର ଶ୍ରମିକ ବିରୋଧି ୪ ଟି ଶ୍ରମକୋଡ଼ କୁ ତୁରନ୍ତ ବାତିଲ କରିବାକୁ ଦାବୀ କରିଥିଲେ। କେନ୍ଦ୍ର ମୋଦୀ ସରକାର ଙ୍କ ଆକାଶ ଛୁଆଁ ଦରଦାମ ବୃଦ୍ଧି, ଅମାନିଆ ଶ୍ରମିକ ସ୍ୱାର୍ଥ ଓ ଜନ ବିରୋଧି ନୀତି କୁ ଲଗାମ ଦେବା ସହ ଆଶା କର୍ମୀ ମାନଙ୍କ ଅଧିକାର ପାଇଁ ଦୃଢ଼ ଆନ୍ଦୋଳନ ଗଢିବାକୁ ଆହ୍ୱାନ ଦେଇଥିଲେ। ଆଶାକର୍ମୀ ଙ୍କୁ ନିୟମିତ କର୍ମଚାରୀର ମାନ୍ୟତା, ୨୬୦୦୦ ଟଙ୍କା ମାସିକ ଦରମା, ୧୦,୦୦୦ ଟଙ୍କା ମାସିକ ପେନସନ ଓ ସାମାଜିକ ସୁରକ୍ଷା ସରକାର ଯୋଗାଇ ଦେବାକୁ ଦାବୀ କରିବା ସହ ସମ୍ମିଳନୀ ର ସଫଳତା କାମନା କରିଥିଲେ। ଏହି ସମ୍ମିଳନୀ ରେ ଏକ ୨୧ ଜଣିଆ ନୂତନ ଜିଲ୍ଲା କମିଟି ଗଠନ କରାଯାଇ ଥିଲାବେଳେ ସଭାପତି ଭାବେ ଚାପଧାରୀ ରାଉତ ସମ୍ପାଦିକା ଭାବେ ମଙ୍ଗୁଳି ରାଉତ, କୋଷାଧ୍ୟକ୍ଷ ଭାବେ ସରୋଜିନୀ ତ୍ରୀପାଠୀ, ଉପସଭାପତି ଭାବେ ବାସନ୍ତି ବେହେରା, ସଞ୍ଜୁକ୍ତା ସେଠୀ , କାଳନ୍ଦୀ ନାୟକ, ରୂପ ମଞ୍ଜରୀ ସାହୂ, ସରୋଜିନି ସାହୁ ସହ ସମ୍ପାଦିକା ଭାବେ ପ୍ରତିଭା ବେହେରା, ସନ୍ତୋଷିନି ସାହୁ, ଶୁଭ ଶ୍ରୀ ପଟ୍ଟନାୟକ, ଗୀତା ନାୟକ ଓ ମଞ୍ଜୁଲତା ପ୍ରଧାନ ନିର୍ବାଚିତ ହୋଇଥିଲା ବେଳେ ସଦସ୍ଯା ଭାବେ ଗୋଲକ ମୁଦୁଲି ,ସଞ୍ଜୁ ଲତା ପରିଡ଼ା, ଶାନ୍ତିଲତା ପରିଡ଼ା,କାଞ୍ଚନ ବେହେରା , କଲ୍ୟାଣୀ ବେହେରା, ରିତା ସାହୁ,ପାଞ୍ଚାଳୀ ସାହୁ, ସବିତା ମାଝୀ, ପୁଷ୍ପଲତା ପଟ୍ଟନାୟକ ପ୍ରମ୍ମୁଖ ନିର୍ବାଚିତ ହୋଇଥିଲେ। ଏହି ସମ୍ମିଳନୀ ରେ ସଂଗଠନ ର ରାଜ୍ୟ ସଧାରଣ ସଂପାଦିକା ଶକୁନ୍ତଳା ମହାକୁଡ଼, ରାଜ୍ୟ ଉପସଭାପତି ଏଚ୍ ଏନ ଯାଦବ ଓ ସୁରେଶ ସ୍ୱାଇଁ, ସିଆଇଟିୟୁ ଜିଲ୍ଲା ଆବାହକ ବିଶ୍ଵନାଥ ମହାପାତ୍ର, ଶରତ ବେହେରା, ଗଙ୍ଗାଧର ପଣ୍ଡା, ବୈକୁଣ୍ଠ ଖୁଣ୍ଟିଆ, ବିରଞ୍ଚି ପ୍ରଧାନ, ପାଚିକା ଜିଲ୍ଲା ସମ୍ପାଦିକା ଜୟନ୍ତି ଦାସ, ଖୋର୍ଦ୍ଧା ଜିଲ୍ଲା ଆଶା ନେତ୍ରୀ ମୀନା ବେହେରା ଓ ବିଷ୍ଣୁ ଖଟେଇ, କୃଷକ ନେତା ଗୋଲକ ମୁଦୁଲି ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।

You might also like