ରଣପୁର ମେ ‘ ପହିଲା :– ଆଜି ମଇ ପହିଲା ବିଶ୍ବ ଶ୍ରମିକ ଦିବସ ପରିପ୍ରେକ୍ଷୀ ରେ CITU ତରଫରୁ ବିଭିନ୍ନ ବର୍ଗର ଶ୍ରମ ଜୀବି ଜନଗନଙ୍କୁ ନେଇ ରଣପୁର ଶହୀଦ୍ ରଘୁଦିବାକର ଭବନ ଠାରେ ବିଶ୍ବ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ସକାଳ 8 ଘଟିକା ସମୟରେ ଶ୍ରମିକ ମାନଙ୍କର ରକ୍ତ ପତାକାକୁ citu ର ବରିଷ୍ଠ ନେତା ସାଥୀ ଭିକାରି ଚରଣ ସାହୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କଲା ପରେ ଉପସ୍ଥିତ ନେତୃତ୍ବ ଓ ବିଭିନ୍ନ ବର୍ଗର ଶ୍ରମିକ ଗଣ ଶହୀଦ୍ ଵେଦି ରେ ମାଲ୍ୟାର୍ପଣ କରିଥିଲେ ।ଏହି ପରିପ୍ରେକ୍ଷୀ ରେ ସାଥୀ ଭିକାରି ଚରଣ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନା ସଭାରେ ବକ୍ତା ମାନେ ଶ୍ରମିକ ଦିବସ ସମ୍ପର୍କରେ ଆଲୋଚନା କରିବା ସହ ମାଲିକ ମାନଙ୍କ ର ଶ୍ରମିକ ଶୋଷଣ ନୀତିକୁ ପ୍ରତିରୋଧ କରି ଶ୍ରମିକଙ୍କର ସ୍ଵତନ୍ତ୍ର ଅଧିକାର ପାଇଁ 1886 ମସିହା ମଇ ପହିଲାରେ ଆମେରିକା ର ଚିକାଗୋ ସହରରେ ଅନୁଷ୍ଠିତ ଶ୍ରମିକ ଙ୍କ ମିଳିତ ଆନ୍ଦୋଳନ ର ଇତିହାସକୁ ବକ୍ତା ମାନେ ମନ ପକାଇ ଥିଲେ।

ବର୍ତ୍ତମାନ ଦୈନିକ 8 ଘଣ୍ଟା କାମ କରିବାର ଅଧିକାରର ସୁରକ୍ଷା ସହ ମୋଦୀ ସରକାରର ମାଲିକ ସପକ୍ଷ ବାଦୀ 4ଟି ଶ୍ରମ କୋର୍ଡ ପରିବର୍ତ୍ତେ 44 ଟି ଶ୍ରମ ଆଇନ୍ ର ସୁରକ୍ଷା ଓ ଶ୍ରମିକ ଙ୍କ ବିଭିନ୍ନ ଅଧିକାର ପାଇଁ ଐକ ବଦ୍ଧ ଆନ୍ଦୋଳନ ଗଢି ତୋଳିବାକୁ ବକ୍ତା ମାନେ ଆହ୍ୱାନ ଦେଇଥିଲେ। ଏହି ଆଲୋଚନା ସଭାରେ CITU ର ରାଜ୍ୟ ସଂପାଦକ ସୁରେଶ ସ୍ବାଇଁ,ଦୁଶାସନ ଜେନା,ସଞ୍ଜୁକ୍ତା ସେଠୀ,ସବ୍ୟସାଚୀ ସେନାପତି, ସୁକାନ୍ତି ଜେନା,ରଞ୍ଜୂ ଲତା ମହାପାତ୍ର ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲା ବେଳେ ନିତ୍ୟାନନ୍ଦ ପରିଡା,ଳକ୍ଷ୍ମିଧର ଲେଙ୍କା,ସୁଶୀଲ୍ ମହାନ୍ତି ଓ ଗଦାଧର ପ୍ରଧାନ ପ୍ରମ୍ମୁଖ ନେତୃତ୍ବ ସାଥୀ ମାନେ ଉପସ୍ଥିତ ଥିଲେ। 50 ରୁ ଉର୍ଦ୍ଧ୍ବ ଆଶା କର୍ମୀ,ପାଚିକା,ନିର୍ମାଣ ଶ୍ରମିକ ଓ କୃଷି ଶ୍ରମିକ ଯୋଗ ଦେଥିଲେ ।