CITU ନେତୃତ୍ଵ ରେ ଓଡିଶା ନିର୍ମାଣ ଶ୍ରମିକ ସଂଘ ର ନୟାଗଡ଼ ଜିଲ୍ଳା ସ୍ତରୀୟ କନଭେନସନ୍ ଅନୁଷ୍ଠିତ
ଓଡ଼ିଶା ଆଶା କର୍ମୀ ସଂଘ , ସିଆଇଟିୟୁ ନୟାଗଡ଼ ଜିଲ୍ଲାସ୍ତରୀୟ କନଭେନସନ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ସାଥୀ ସବ୍ୟସାଚୀ ସେନାପତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି। ସିଆଇଟିୟୁ ର ଲାଲ ଝଣ୍ଡା କୁ ସଙ୍ଗଠନ ର ରାଜ୍ୟ କାର୍ଯ୍ୟକାରି ସଭାପତି ସାଥୀ ଲୋଭାକାନ୍ତ ସ୍ବାଇଁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କଲାପରେ ସମସ୍ତ ସାଥୀ ଶହୀଦ୍ ବେଦୀରେ ମାଲ୍ୟାର୍ପଣ କରିଥିଲେ। ନୟାଗଡ଼ ଜିଲ୍ଲା ରେ ଥିବା ବିଭିନ୍ନ ବର୍ଗର ନିର୍ମାଣ ଶ୍ରମିକ ମାନଙ୍କୁ ଆମ ସଙ୍ଗଠନ ତରଫରୁ ସଙ୍ଗଠିତ କରାଯାଇ ପଞ୍ଜିକୃତ କରାଯାଇଥିଲା। ପଞ୍ଜିକୃତ ଶ୍ରମିକ ମାନଙ୍କୁ ବିଭିନ୍ନ ସରକାରୀ ସହାୟତା ଦେଇଥିଲା ବେଳେ ୨୦୧୭ ମସିହା ଧାରାବାହିକ ଭାବେ ଅବହେଳା କରିଚାଲିଛନ୍ତି। ଡବଲ ଇଞ୍ଜିନି ସରକାର ର ଶ୍ରମିକ ମହାରଣା ନୀତି ଯୋଗୁଁ ନୂତନ ଶ୍ରମିକ ପଞ୍ଜିକୃତ,ନବୀକରଣ,
ଶିକ୍ଷା ସହାୟତା, ମୃତ୍ୟୁ ସହାୟତା, ଉପକରଣ ,ଗୃହ ନିର୍ମାଣ ଆଦି ପାଇବା ରୁ ନିର୍ମାଣ ଶ୍ରମିକ ପରିବାର ଆଜି ବଞ୍ଚିତ ହେଉଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ। ନିର୍ମାଣ ଶ୍ରମିକ ଙ୍କ ଏଭଳି ସଙ୍କଟ ପରିସ୍ଥିତି ରେ ଜିଲ୍ଲା ରେ କିଛି ଦଲାଲି ସଙ୍ଗଠନ ଦ୍ବାରା ଶ୍ରମିକ ପରିବାର ଶୋଷଣର ଶିକାର ହେଉଥିବାରୁ ଉପସ୍ଥିତ ଶ୍ରମିକ ମାନେ ଉଦବେଗ ପ୍ରକାଶ କରିଛନ୍ତି। ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ନିକଟରେ ପଡିରହିଥିବା ନୁତନ ପଞ୍ଜିକୃତ କାର୍ଡ, ନବୀକରଣ ର ସରଳୀକରଣ, ଶିକ୍ଷା ସହାୟତା, ମୃତ୍ୟୁ ସହାୟତା ପଡି ରହିଥିବା ଓ ସରକାରୀ ସହାୟତା ର ଆବେଦନ ପତ୍ର କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କନଭେନସନ ତରଫରୁ ଦାବୀ କରାଯାଇଛି।ଯଦି ଜିଲ୍ଲା ଶ୍ରମ ଅଧିକାରୀ ଅଧିକ ବିଳମ୍ବ କରେ ତେବେ ସଙ୍ଗଠନ ତରଫରୁ ଭବିଷ୍ୟତ ରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସଙ୍ଗଠନ ତରଫରୁ ଚେତାବନୀ ଦିଆଯାଇଛି। କନଭେନସନ ରେ ଏକ ଜିଲ୍ଲା ଆବାହକ କମିଟି ଗଠନ କରାଯାଇ ଯୁଗ୍ମ ଆବାହକ ଭାବେ ସୁରେଶ ସ୍ବାଇଁ ଓ ସବ୍ୟସାଚୀ ସେନାପତି ନିର୍ବାଚିତ ହୋଇଥିଲା ବେଳେ ସଭ୍ୟ ଭାବେ ଚାପଧାରୀ ରାଉତ, କାଳନ୍ଦୀ ନାୟକ, ସଂଯୁକ୍ତା ସେଠୀ, ସୁଶୀଲ ମହନ୍ତି, ପଦ୍ମ ନାଭ ତ୍ରୀପାଠୀ ଓ ମଞ୍ଜୁଲତା ପ୍ରଧାନ ପ୍ରମୁଖ ନିର୍ବାଚିତ ହୋଇଥିଲେ। ସେହିଭଳି ରଣପୁର ବ୍ଲକ କମିଟି ର ସଭାପତି ଭାବେ ସୁଶୀଲ ମହାନ୍ତି, ସମ୍ପାଦକ ଭାବେ ସବ୍ୟସାଚୀ ସେନାପତି, କୋଷାଧ୍ୟକ ଭାବେ କୁଳମଣି ପଲେଇ, ଉପସଭାପତି ଭାବେ ସଂଯୁକ୍ତା ସେଠୀ ଓ ବିଜୟ କୁମାର ଜେନା,ସହ ସମ୍ପାଦକ ଭାବେ ସହ ସମ୍ପାଦକ ଭାବେ ଶ୍ୟାମସୁନ୍ଦର ସାମନ୍ତରାୟ ଓ ଭଗବାନ ଇନ୍ଦ୍ରଜିତ ଏବଂ ଉପଦେଷ୍ଟା ଭାବେ ଭିକାରୀ ଚରଣ ସାହୁ ନିର୍ବାଚିତ ହୋଇଥିଲା ବେଳେ ସଭ୍ୟ ଭାବେ ସୁରଥ ପ୍ରଧାନ, ସହଦେବ ରଗଡ଼, ବାସନ୍ତି ନାୟକ ଓ ମଞ୍ଜୁଲତା ପ୍ରଧାନ ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ଖେତମୁଲିଆ ନେତା ଦୁଶାସନ ଜେନା, କୃଷକ ନେତା ଲକ୍ଷ୍ମୀଧର ଲେଙ୍କା ଓ ଅନାମ ଦାସ ପ୍ରମୁଖ ବକ୍ତବ୍ୟ ଦେଇଥିଲେ,