ଦୁର୍ନୀତି ନିବାରଣ ସଚେତନ ସପ୍ତାହ, ମିଶନ ଶକ୍ତି ମା ମାନେ କଲେ ସଚେତନ

ଅକ୍ଟୋବର 30ତାରିଖ ରୁ ନଭେମ୍ବର 5ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହେବ, ଏହିଉପ ଲକ୍ଷେ ବିଭିର୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଗତକାଲି ଏକ ସଭାର ଆୟୋଜନ ହୋଇଥିବା ବେଳେଆଜି ମିଶନ ଶକ୍ତି ମା ମାନେ ବିଭିର୍ନ ନାରା ଦେଇ ଏକ ଶୋଭାଯାତ୍ରା ରେ ସଚେତନତା ପ୍ରଦାନ କରିଛନ୍ତି,

ଜିଲ୍ଲାପାଳ ଙ୍କ କlର୍ଯ୍ୟାଳୟପରିସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ,ସଂମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଚାରୁ କୁମାର ବଳ, ଭିଜିଲାନ୍ସ ଡ଼ିଏସପି ପ୍ରତ୍ୟୁଷ ମହାପାତ୍ର, ମିଶନ ଶକ୍ତି ର ଡିପିଏମ ସମିଧା ପାଢ଼ୀ ଓ ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ,

ଜିଲାପାଳଙ୍କ କାର୍ଯ୍ୟlଳୟ ରୁ ନୟାଗଡ଼ ପଞ୍ଚାୟତ ସମିତି ପର୍ଯ୍ୟନ୍ତ ଏହି ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା,ସମାଜ କୁ ଦୁର୍ନୀତି ମୁକ୍ତ ରଖିବା, ଅଧର୍ମ ବିତ ବଢ଼େବହୁତ ଗଲାବେଳେ ଯାଏମୂଳ ସହିତ, ଆସ ଭାଇ ଆମେ ଏକାଠି ହେବା ଲାଞ୍ଚୁଆ ଲୋକଙ୍କୁ ଧରାଇ ଦେବା, ଦୁର୍ନୀତି କୁ ସାମାଜିକ ବାସନ୍ଦ, ଓ ଦୁର୍ନୀତି ଦୂର କରନ୍ତୁ, ସୁସ୍ଥ ସମାଜ ଗଢନ୍ତୁ,ବିଭିର୍ନ ନାରାବାଜି ସହିତ ମିଶନ ଶକ୍ତି ମା ମାନେ ଏକାଠି ହୋଇ ସଚେତନ ବାର୍ତ୍ତା ବାଣ୍ଟି ଥିଲେ

You might also like