ଏବେ ଡିଜିଟାଲ୍‌ ଟ୍ରାଞ୍ଜାକ୍ସନରେ କମି ପାରେ ବ୍ୟାଙ୍କ ଶୁଳ୍କ ।

ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଡିଜିଟାଲ୍‌ ପେମେଣ୍ଟକୁ ନେଇ ବୟାନ ଜାରି କରିଛନ୍ତି । ସମନ୍ୱିତ ପ୍ରୟାସରେ ଭାରତରେ ଚଳିତ ବର୍ଷ ଡିଜିଟାଲ୍‌ ପେମେଣ୍ଟର ବ୍ୟବହାରରେ ଅହେତୁକ ବୃଦ୍ଧି ହୋଇଛି । କିନ୍ତୁ ଡିଜିଟାଲ୍‌ ପେମେଣ୍ଟ୍ କରିବା ପାଇଁ ଆଦାୟ କରାଯାଉଥିବା ଶୁଳ୍କ ଉଚିତ୍‌ କି ନାହିଁ ସେ କଥା ନେଇ ଗଭର୍ଣ୍ଣର ଚିନ୍ତା ପ୍ରକଟ କରିଛନ୍ତି ।

ଗ୍ରାହକଙ୍କ ଦ୍ୱାରା ଏହି ଶୁଳ୍କ ଭରଣା ସେମାନଙ୍କ ପାଇଁ ଲାଭ କିମ୍ୱା କ୍ଷତି ହୋଇପାରେ । କିନ୍ତୁ ଏହି ଶୁଳ୍କ ସେମାନେ ଭରଣା କରିପାରିଲା ଭଳି ହେବା ଉଚିତ୍‌ । ଏପରି ନହେବା ଉଚିତ୍‌ ଯାହାଦ୍ୱାରା କି ବୃଦ୍ଧି ପାଉଥିବା ଡିଜିଟାଲ୍‌ ପେମେଣ୍ଟ ବ୍ୟବସ୍ଥାରେ କୌଣସି ବାଧା ସୃଷ୍ଟି ନହୁଏ । ଗଭର୍ଣ୍ଣର ଏନେଇ କହିଛନ୍ତି ଯେ ଆମେ ଖୁବ୍‌ଶିଘ୍ର ଏହି ବିଷୟ ଉପରେ ଆଲୋଚନା କରି କିଛି ରାସ୍ତା ବାହର କରିବୁ । ଏହି ଆଲୋଚନାରେ ଡିଜିଟାଲ୍‌ ପେମେଣ୍ଟ ସହ ଜଡ଼ିତ ବିଭିନ୍ନ ଦିଗକୁ ଧ୍ୟାନ ଦିଆଯିବ ବୋଲି ସେ ମଧ୍ୟ କହିଛନ୍ତି ।

ହଁ ଗ୍ରାହକଙ୍କୁ କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ, ପ୍ରିପେଡ୍‌ ମାଧ୍ୟମ, ୟୁନିଫାଇଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ ବା ୟୁପିଆଇ ପେମେଣ୍ଟ ଉପରେ ଶୁଳ୍କ ଦେବାକୁ ପଡି଼ଥାଏ ।

You might also like
Leave a comment