ପରିବେଶ ପ୍ରତି ଚିନ୍ତା ନାହିଁ, ସହର ରେ 14ବାଣ ଦୋକାନ, ଶବ୍ଦ ବାଣ ପ୍ରତି କମୁଛି ଆଗ୍ରହ,, ଜମୁଛି ଭିଡ଼

ବାଣ ଫୁଟାଇବା ଦ୍ୱାରା ପରିବେଶ ପ୍ରଦୂଷିତ ହେଇଥିଲେ ମଧ୍ୟ ଏଥି ପ୍ରତି କାହାର ନିଘା ନାହିଁ, ଆଲୋକ ପର୍ବ ଦୀପାବଳି ପାଇଁ ନୟାଗଡ଼ ସହର ରେ 14ବାଣ ଦୋକାନ ଖୋଲା ଯାଇଛି, ନୟାଗଡ଼ ପୌର ପରିଷଦ ଏଥିପାଇଁ ଅନୁମତି

ପ୍ରଦାନ କରିଛି, ଦକ୍ଷିଣ କାଳୀ ମଣ୍ଡାବାଗନ ପଡିଆରେ ଏହି ଦୋକାନଖୋଲା ଯାଇଥିବା ବେଳେ ଭିଡ଼ ଜମିବାରେ ଦେଖା ଯାଇଛି, ଦେଶୀ ବାଣ ସହ ଚାଇନା ବାଣ ପ୍ରତି ମଧ୍ୟ ଗ୍ରାହକଙ୍କ ଆଗ୍ରହ ଦେଖିବାକୁ ମିଳିଛି, ବାଣ ଦୋକାନ ଗୁଡିକ ରେ ଦେଶୀ ବାଣ ତଥା ତାଳଫୋଟକା, କୁମ୍ପି ଝରିଝରି, ସହ ସଟ ରକେଟ ସହ ଅନେକ ରଙ୍ଗୀନ ବାଣ ବିକ୍ରି ହେଉଛି, ଗ୍ରାହକ ମାନେ ଶବ୍ଦ ବାଣ ଅପେକ୍ଷା ଆଲୋକ ସୃଷ୍ଟିକରୁଥିବା ବାଣ ପ୍ରତି ବେଶ ଆଗ୍ରହ ପ୍ରକାଶ କରୁଥିବା ଦେଖା ଯାଇଛି, କୁମ୍ପି ଝରିଝରି ସହ ବିଭିର୍ନ ପ୍ରକାର ଆଲୋକ ତଥା ରଙ୍ଗୀନ ବାଣ ବହୁଳ ମାତ୍ର ରେ ବିକ୍ରି ହେଉଛି,

ଗତବର୍ଷ ଅପେକ୍ଷା ଚଳିତ ବର୍ଷ ବାଣ ମୂଲ୍ୟ ଦେଢ଼ଗୁଣା ବଢ଼ି ଥିବା ଦେଖି ବାକୁ ମିଳି ଥିବା ବେଳେ, ଦେଶୀ ବାଣ ମୂଲ୍ୟ ସବୁଠାରୁ ବୃଦ୍ଧି ପାଇଛି,5ଟଙ୍କା ରେ ବିକ୍ରି ହେଉଥିବା ଝରିଝରି ବାଣ ଚଳିତ ବର୍ଷ 10ଟଙ୍କା ରୁ 15ତାଙ୍କ ବିକ୍ରି ହେଉଥିବା ବେଳେ କୁମ୍ପି ମୂଲ୍ୟ 20ଟଙ୍କା ରୁ 25ଟଙ୍କା ହୋଇଛି, ବାଣ ଦୋକାନ ଗୁଡିକ ରେ ଆକସ୍ମିକ ଅଘଟଣ କୁ ରୋକିବାକୁ ବ୍ୟବସ୍ଥା ନଥିବା ଦେଖିବାକୁ ମିଳିଛି, ଯଦି ଅଘଟଣ ଘଟେ ତେବେ ତତ୍କାଳ ପ୍ରତିକାର ପାଇଁ ମଣ୍ଡା ବାଗନ ପଡିଆରେ କୌଣସି ପ୍ରକାର ବ୍ୟବସ୍ଥା ନାହିଁ, ବାଣ ବ୍ୟବସାୟ ଦ୍ୱାରା ଅନେକ ଲାଭବାନ ହେଉଥିବା ବେଳେ ପରିବେଶ କଥା ଭୁଲି ଯାଇଛନ୍ତିନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋର୍ଟ news war

You might also like