ଜୈବିକ ଖାଦ୍ୟ କଣ ? ଏହା କି କି ରୋଗକୁ ଦୁର କରେ ?

ସ୍ୱାସ୍ଥ୍ୟ କର ଖାଦ୍ୟ ଆମ ସ୍ୱାସ୍ଥ୍ୟ ଉପରେ ସିଧା ସଳଖ ଭାବେ ପ୍ରଭାବ ପକାଇଥାଏ । ଏଥିପାଇଁ ଆମେ ସାଧାରଣତଃ ଅର୍ଗାନିକ ବା ଜୈବିକ ଖାଦ୍ୟକୁ ଖାଇବା ପାଇଁ ସ୍ୱାସ୍ଥ୍ୟ ପକ୍ଷେ ହିତକର ବୋଲି କୁହାଯାଏ । ଶରୀରରେ ଭୟଙ୍କର ରୋଗ ବେମାର ପାଇଁ ନବେ ପ୍ରତିଶତ ଆମ ଖାଦ୍ୟ ଦାୟୀ ହୋଇଥାଏ । ଆଜି ଆମେ ଯାହାକୁ ଖାଦ୍ୟ ରୂପେ ଗ୍ରହଣ କରୁଛନ୍ତି ତାହା ସମ୍ପୁର୍ଣ୍ଣ ରୂପେ କେମିକାଲ ବା ବିଷାକ୍ତ କୀଟନାଶକ ମିଶିକରି ଥାଏ ।

କଣ ଏହି ଜୈବିକ ଖାଦ୍ୟ (ଅର୍ଗାନିକ ଫୁଡ)?
ଜୈବିକ ଖାଦ୍ୟରେ କୌଣସି ପ୍ରକାରର କେମିକାଲ ମିଶି ନଥାଏ । ଜୈବିକ ଖାଦ୍ୟ ଉତ୍ପାଦନ ପାଇଁ କୌଣସି ରାସାୟନିକ ପଦାର୍ଥ ଦରକାର ପଡେ ନାହିଁ । ଚାଷୀ ବା କୃଷକ ଏହି ଜୈବିକ ଖାଦ୍ୟ ପଦାର୍ଥ ଉତ୍ପାଦନ ପାଇଁ କମ୍ପୋଷ୍ଟ ବା ଖତ ବ୍ୟବହାର କରନ୍ତି । ଏଥିରେ ଭିଟାମିନ, ମିନେରାଲ୍ସ, ପ୍ରୋଟିନ, କ୍ୟାଲସିୟମ, ଆଇରନ, ଆଦି ଜୁରୀରି ତତ୍ତ୍ୱ ମିଶି କରି ରହିଛି । ଯାହା ସ୍ୱାସ୍ଥ୍ୟ ପାଇଁ ଜରୁରୀ ।

ଜୈବିକ ଖାଦ୍ୟକୁ ଜାଣିବା କିପରି ?
ଦେଶରେ ଅନେକ ସଂସ୍ଥା ଏହି ଅର୍ଗାନିକ ଫୁଡକୁ ସାର୍ଟିଫାଏଡ କରିଥାଏ । ଏବଂ ଏଥିରେ ସାର୍ଟିଫାଏଡ ର ଷ୍ଟିକର ମଧ୍ୟ ଲାଗିଥାଏ । ଏବଂ ଏହାର ସ୍ୱାଦ ସାଧାରଣ ଖାଦ୍ୟ ପଦାର୍ଥ ଠାରୁ ଭିନ୍ନ ଓ ସ୍ୱାଦିଷ୍ଟ ଅଟେ ।

ଜୈବିକ ଖାଦ୍ୟ ଅନେକ ରୋଗକୁ ଦୂର ରଖିଥାଏ
ହୃଦୟ ରୋଗ, ଡାଇବିଟିସ(ମଧୁମେହ), ବ୍ଲଡପେସର, କେଂସର ଭଳି ବିପଦ୍ଦଜନକ ରୋଗକୁ ଦୂର କରିଥାଏ । ଜୈବିକ ଖାଦ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ମଜବୁତ କରିଥାଏ ।

You might also like
Leave a comment