କେମିତି ହେବ ଭୋଟ ଗଣତି ?


ଜିଲ୍ଲାପରିଷଦ ଜୋନ ଅନୁଯାୟୀ ଗଣନା କରାଯିବ ।ପ୍ରତି ଜୋନରେ ଯେତିକି ଗ୍ରାମ ପଞ୍ଚାୟତ ରହିଛି ସେତିକି ଟେବୁଲ ରହିବ । ନନ୍ ଷ୍ଟପ କାଉଣ୍ଟିଙ୍ଗ ହେବ ,ଓଡ଼ିଶା ବର୍ଣ୍ଣମାଳା ଅନୁଯାୟୀ ପଞ୍ଚାୟତ ଗୁଡ଼ିକୁ ଟେବୁଲ କରାଯିବ ।

ଗୋଟିଏ ଟେବୁଲ ରେ ଜଣେ କାଉଣ୍ଟିଙ୍ଗ ସୁପରଭାଇସର୍ ,ଦୁଇ ଜଣ ଆସିଷ୍ଟାଣ୍ଡ କାଉଣ୍ଟିଙ୍ଗ ଅଫିସର ,ଜଣେ ଗ୍ରୁପ୍ ଡି କର୍ମଚାରୀ ରହିବେ ।କେଉଁ ଟିମ୍ କେଉଁ ଟେବୁଲରେ ବସିବେ ସେ ନେଇ ଗୁଳl ପଡିବ ।ଜଣେ ପାର୍ଥୀ ସେତିକି ଟ୍ରେ ଟେବୁଲ ରହିବ ,ଆଊ ଗୋଟିଏ ଟ୍ରେ ନାକଚ ପାଇଁ ରହିବ ।

ବାଲାଟ ପେପର କୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯିବ ।ପ୍ରଥମେ ୱାର୍ଡ ମେମ୍ବର ପରେ ସରପଞ୍ଚ ଓ ତାପରେ ସମିତି ସଭ୍ୟଙ୍କ ଭୋଟ ଗଣନା ହେବ। ଶେଷରେ ଜିଲ୍ଲା ପରିଷଦ ପାର୍ଥୀଙ୍କ ଭୋଟ ଗଣନା କରାଯିବ ।

You might also like
Leave a comment