୨୧ରୁ ବିଦ୍ୟାଳୟ ସକାଳୁଆ କରିବାକୁ ସରକାରୀ ସ୍ତରରେ ଯୋଜନା

ଗ୍ରୀଷ୍ମପ୍ରବାହ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ସମୟ ବଦଳାଇବାକୁ ସରକାରୀ ସ୍ତରରେ ବିଚାରବିମର୍ଶ ଚାଲିଛି। ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି । ସରକାରୀ ଭାବେ ଏନେଇ କୌଣସି ଘୋଷଣା କରାଯାଇ ନଥିଲେ ମଧ୍ୟ ଖୁବ୍‌ଶୀଘ୍ର ପରିବର୍ତ୍ତିତ ସମୟ ସମ୍ବନ୍ଧରେ ଘୋଷଣା ହୋଇପାରେ।ଆଜି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମପ୍ରବାହକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏଥିରେ ସ୍ବତନ୍ତ୍ର ରିଲିଫ ଆୟୁକ୍ତଙ୍କ ସମେତ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଅନ୍ୟ ବିଭାଗର ଅଧିକାରୀ ଯୋଗଦେବେ।

ଏହି ବୈଠକରେ ଗ୍ରୀଷ୍ମପ୍ରବାହକୁ ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଏବଂ ଆଗାମୀ ପଦକ୍ଷେପ ସମ୍ବନ୍ଧରେ ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ୧୮ରେ ଦୋଳ ପୂର୍ଣ୍ଣିମା ଓ ୧୯ରେ ହୋଲି ରହିଛି । ୨୦ରେ ରବିବାର ଥିବାରୁ ୨୧ରୁ ବିଦ୍ୟାଳୟ ସକାଳୁଆ କରିବାକୁ ସରକାରୀ ସ୍ତରରେ ଯୋଜନା କରାଯାଇଛି। ତେବେ ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନି। ଏନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

You might also like
Leave a comment