ନୟାଗଡ ପୌର ଭୋଟରତାଲିକା ସଂଶୋଧନ ପ୍ରସଙ୍ଗ ହାଇକୋର୍ଟରେ

ନୟାଗଡ ପୌରପାଳିକା ନିର୍ବାଚନ ଏକପାଖିଆ ଜିତିବା ପାଇଁ ଶାସକ ଦଳ ଚାପରେ ପ୍ରସ୍ତୁତ ହୋଇଥିବା ଭୋଟର ତାଲିକାରେ ଜାଣିଜାଣି ଗୁରୁତର ତ୍ରୁଟି,ଅନିୟମିତତା କରାଯାଇ ପ୍ରାୟ ୨୦୦୦ ରୁ ଉର୍ଦ୍ଧ୍ୱ ଗ୍ରାମାଞ୍ଚଳ ଭୋଟରଙ୍କ ନାମ ସାମିଲ କରିଛନ୍ତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ସେଥିପାଇଁ ପୌରପାଳିକାର ଚୂଡାନ୍ତ ଭୋଟର ତାଲିକା ପ୍ରକାଶନର ତାରିଖ ଉଲ୍ଲେଖ କରିନାହାଁନ୍ତି ଜିଲ୍ଲାପାଳ l

ଗତ ୧୦ ଫେବୃଆରୀରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇଥିବା ବେଳେ କଣ ପାଇଁ ଜିଲ୍ଲାପାଳ ପୌର ନିର୍ବାଚନ ତାରିଖ ଘୋଷଣା ହେବାପରେ ରାତିଅଧିଆ ବିନା ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିବା ନୟାଗଡ ପୌର ନିର୍ବାଚନର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇ ଏହି ଜାଲିଆତି ଭୋଟର ତାଲିକାରେ ଭୋଟ କରାଗଲେ ସ୍ଵଛ ଅବାଧ ନିରପେକ୍ଷ ନିର୍ବାଚନ ଅସମ୍ଭବ ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ l

ଶ୍ରୀ ଦାଶ ତାଙ୍କ ରିଟ ପିଟିସନ ଡବ୍ଲୁ ପି ସି ୫୭୧୦/୨୦୨୨ ରେ ଅବାଧ ନିରପେକ୍ଷ ନିର୍ବାଚନ ପାଇଁ ଏହି ଜାଲିଆତି ଭୋଟର ତାଲିକା ସଂଶୋଧନ ଏବଂ ଗ୍ରାମାଞ୍ଚଳ ଦ୍ୱେତଭୋଟର ମାନଙ୍କ ନାମ ନୟାଗଡ ପୌର ଭୋଟର ତାଲିକାରୁ ବାଦ ଦେବା ଶୀର୍ଷକ ନିର୍ଦ୍ଦେଶ ପ୍ରଦାନ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କୁ ପ୍ରାର୍ଥନା କରିଛନ୍ତି l

ସୂଚନାଯୋଗ୍ୟ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ବିଧାନସଭା ମୂଳ ଭୋଟର ତାଲିକା ଆଧାରରେ ପୌର ପରିଷଦ ଭୋଟର ତାଲିକା ପ୍ରସ୍ତୁତ ହେବା ଵିଧି ଥିଲା କିନ୍ତୁ ନୟାଗଡ ବିଧାନସଭା ବୁଥ ନମ୍ବର ୭୭ ରୁ ୯୨ ଏହିକି ୧୬ ଗୋଟି ବୁଥ ର ୧୭୩୫୯ ଭୋଟରଙ୍କୁ ନେଇ ଚୂଡାନ୍ତ ଭୋଟର ତାଲିକାରେ ୮୬୮ ଖଣ୍ଡ ଭୋଟ ବୃଦ୍ଧିକରି ୧୮୨୨୭ କରାଯାଇଛି ଏବଂ ଗ୍ରାମାଞ୍ଚଳର ପ୍ରାୟ ୨୦୦୦ ରୁ ଉର୍ଦ୍ଧ୍ୱ ଭୋଟରଙ୍କ ନାମ ଦରଜ କରାଯାଇ ଥିବା ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ପଷ୍ଟ ଭାବେ ଲିଖିତ ଅଭିଯୋଗ କରାଯାଇ ଦ୍ୱେତ ଭୋଟରଙ୍କ ନାମ କାଟିବା ପାଇଁ ଏକ ଯାଞ୍ଚ କମିଟି ଗଠନ ପାଇଁ ପ୍ରସ୍ତାବ ଦିଆଯାଇ ଥିଲେ ମଧ୍ୟ ଜିଲ୍ଲାପାଳ କୌଣସି ପ୍ରକାର ଅଭିଯୋଗ ଶୁଣାଣି କରିନଥିଲେ ଏବଂ ରାତିଅଧିଆ  ଚୂଡାନ୍ତ ଭୋଟରତାଲିକା ପ୍ରସ୍ତୁତ କରିଥିଵା ଶ୍ରୀ ଦାଶ ଅଭିଯୋଗ କରିଥିବା ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦୃଷ୍ଟିକୁ ନିଆଯାଇଛି l

ଏପରିକି ତାଙ୍କ ଲିଖିତ ଅଭିଯୋଗ ପତ୍ରରେ ପୌର ଭୋଟର ତାଲିକାରେ ସିନ୍ଦୁରିଆ, କେନ୍ଦୁଢିପି,ଇକିରି ଏବଂ ନୋତର ପଞ୍ଚାୟତ ଭୋଟରଙ୍କ ନାମ ସାମିଲ ଥିବା ୧୦ ଜଣଙ୍କ ଦୃଷ୍ଟାନ୍ତ ଦେଇଥିଲେ ମଧ୍ୟ ସେମାନଙ୍କ ନାମ ଚୂଡାନ୍ତ ଭୋଟର ତାଲିକାରୁ ବାଦ ନଦେବା ବିଜେଡିକୁ ଏକପାଖିଆ ଜିତାଇବା ପାଇଁ ପ୍ରଶାସନିକ ସ୍ତରରେ ରୀତିମତ ଷଡଯନ୍ତ୍ର ଆରମ୍ଭ ହୋଇଯାଇଥିବା ସ୍ପଷ୍ଟ ହୋଇଯାଇଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି l

You might also like
Leave a comment