ନୟାଗଡ ନୂଆ ବସଷ୍ଟାଣ୍ଡକୁ ବସ ଚଳାଚଳ ବନ୍ଦ | ପୌର ନିର୍ବାଚନ ପାଇଁ ମିଛୁଆଙ୍କ ଭେଳିକି ଧରାପଡ଼ିଲା

ନୟାଗଡ ଟୁଡ଼େ ବ୍ୟୁରୋ-ଜିଲ୍ଲା ସଦର ମହକୁମାରେ ଏକ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ଆମ ବିଧାୟକଙ୍କୁ ୨୨ ବର୍ଷ ସମୟ ଲାଗିଲା, ପୁଣି ପଞ୍ଚାୟତ ନିର୍ବାଚନ ଆଦର୍ଶ ଆଚରଣ ଵିଧି ଲାଗିଵା ପୂର୍ବରୁ ଏହି ବସଷ୍ଟାଣ୍ଡକୁ ବର୍ଣାଢ୍ୟ ଭାବେ ଉଦଘାଟନ କରାଗଲା l ଖୋଦ ସ୍ଥାନୀୟ ବିଧାୟକ ପୋଜ ଦେଇ ଏକ ସରକାରୀ ବସ ଚଳାଇ ଏହି ବସଷ୍ଟାଣ୍ଡ ରେ ବସ ଚଳପ୍ରଚଳ ଶୁଭାରମ୍ଭ କରିବା ନୟାଗଡ ବାସୀଙ୍କୁ ବେଶ ଅମୋଦିତ କରିଥିଲା l

ଘରୋଇ ବସ ମାଲିକ ମାନଙ୍କୁ ନେଇ ସ୍ଥାନୀୟ ବିଧାୟକ,ଜିଲ୍ଲାପାଳ,ଆରଟିଓ ଏକ ଉଚ୍ଚ ସ୍ତରୀୟ ବୈଠକରେ ଓ଼ଲ୍ଡଟାଉନ ସ୍ଥିତ ଏହି ନୂଆ ବସଷ୍ଟାଣ୍ଡକୁ ବସ ଯିବାଆସିବା ବାଧ୍ୟତାମୂଳକ କରାଯାଇଥିଲା,ଏଥିପାଇଁ ବସ ମାଲିକଙ୍କ ସମସ୍ତ ସର୍ତ୍ତକୁ ଜିଲ୍ଲା ପ୍ରଶାସନ ମାନି ନେବାପରେ ବସଷ୍ଟାଣ୍ଡକୁ ସମସ୍ତ ରୁଟର ବସ, ମିନିବସ, ଭିଲେଜର ଚଳପ୍ରଚଳ ହେବା ଦେଖି ଲୋକଙ୍କ ଖୁସି ବଢିଯାଇ ଥିଲା l

ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବାପରେ ସେଠାରେ ନାନାଦି ବ୍ୟବସାୟ ଆରମ୍ଭ ହେଲା, ନୂଆ ରୋଜଗାର ସୃଷ୍ଟି ହୋଇଥିଲା କିନ୍ତୁ ବାସ୍ତବରେ ଏହା ସାମୟିକ ପାଇଁ ଥିଲା ବୋଲି କେହିବି ଭାବି ନଥିଲେ l ପୌର ନିର୍ବାଚନ ସରୁସରୁ ହଠାତ ଏବେ ନୂଆ ବସଷ୍ଟାଣ୍ଡକୁ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି l କିଛି ନିର୍ଦ୍ଧିଷ୍ଟ ବସ ମାଲିକ ସ୍ଥାନୀୟ ବିଧାୟକଙ୍କ ରାଜନୈତିକ ସହଯୋଗୀ ହୋଇ ଥିବାରୁ ସେମାନଙ୍କ ଉପରେ ପ୍ରଶାସନରେ ଅଙ୍କୁଶ ଲାଗି ପାରୁନାହିଁ l

ବସ ନଆସିବା ଯୋଗୁଁ ଓ଼ଲ୍ଡଟାଉନର ପ୍ରାୟ ପାଞ୍ଚ ହଜାର ରୁ ଉର୍ଦ୍ଧ ଅଧିବାସୀଙ୍କ ଗମନାଗମନ ଅସୁବିଧା ସହ ବହୁ ଛୋଟଛୋଟ ବ୍ୟବସୟୀ ଯେଉଁମାନେ ଏହି ବସଷ୍ଟାଣ୍ଡକୁ ନେଇ ରୋଜଗାର ଆଶାରେ ଥିଲେ ସେମାନେ ହେବେ ହତାଶ ହୋଇ ପଡ଼ିଥିବା ଲକ୍ଷ କରାଯାଉଛି l ପୌର ନିର୍ବାଚନରେ ପୁରୁଣାସହର ଅନ୍ତର୍ଗତ ପଞ୍ଚଗୋଟି ୱାର୍ଡବାସୀଙ୍କ ମନରେ ବିଶ୍ୱାସ ଜନ୍ମାଇ ସେମାନଙ୍କ ଭୋଟ ବିଜେଡି ସପକ୍ଷକୁ ଆଣିବା ପାଇଁ ସୁଚିନ୍ତିତ ରାଜନୈତିକ ଚକ୍ରାନ୍ତ କରାଯାଇ ନୂଆ ବସଷ୍ଟାଣ୍ଡକୁ ସାମୟିକ ବସ ଚଳାଚଳ କରାଯାଇ ଥିବା ଏବେ ସ୍ପଷ୍ଟ ହୋଇଯାଇଛି l

ଆଜି ପ୍ରଶ୍ନ ହେଉଛି କଣ ନୟାଗଡରେ ବସମାଲିକ ଏତେ ପ୍ରଭାବଶାଳୀ ଯେ ଆଇଏଏସ ଜିଲ୍ଲାପାଳ ଡ଼.ପୋମା ଟୁଡୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାହସ ଜୁଟାଇ ପାରୁ ନାହାଁନ୍ତି l ଏପଟେ ପୁରୁଣା ସିଭିଲ କୋର୍ଟ, ଜେଲ ସାମ୍ନା ଏବଂ ପୁରୁଣା ବସଷ୍ଟପ ଜାତୀୟ ରାଜପଥ କଡ଼ରେ ଦିନବ୍ୟାପି ବସ ଗୁଡିକ ବେଆଇନ ପାର୍କିଂ କରାଇ ଟ୍ରାଫିକ ସମସ୍ୟା ସୃଷ୍ଟି କରାଉ ଛନ୍ତି କିନ୍ତୁ ଟାଉନ ଥାନା ମାସିକିଆ ବଟି ପାଉଥିବାରୁ ପୋଲିସ ଵି ଚୁପ l ବେଆଇନ ପାର୍କିଂ ଯୋଗୁଁ ଅଯଥା ଟ୍ରାଫିକ ସମସ୍ୟା କୁ ପ୍ରଶାସନ କିମ୍ବା ପୋଲିସ ଧ୍ୟାନ ନଦେବା ଚିନ୍ତାର କାରଣ ବୋଲି ଆଇନଜୀବି ମାନେ ମତ ରଖିଛନ୍ତି l ଚାରିପାଞ୍ଚ କୋଟି ଟଙ୍କା ବ୍ୟୟରେ ନିର୍ମିତ ବସଷ୍ଟାଣ୍ଡ କଣ ଆଗକୁ ଭୁତକୋଠି, ଆସାମଜିକ କାର୍ଯ୍ୟ, ଧଳାଜହର ବିକ୍ରିର କେନ୍ଦ୍ର ପାଲଟିବ ବୋଲି ସାରା ସହର ରେ ଆଲୋଚନା ହେଉଛି l

ନୟାଗଡ ମୁନିସିପାଲିଟି ପକ୍ଷରୁ ଏହି ନୂଆ ବସଷ୍ଟାଣ୍ଡ ଚତୁର୍ପାଶ୍ୱରେ ପ୍ରାୟ ୨୦୦ ଦୋକାନ ଘର କରି ବିକ୍ରି କରିଥିବା ଯୁବ ବ୍ୟବସାୟୀ ମାନେ ବ୍ୟବସାୟ ଆଶାରେ ଲକ୍ଷାଧିକ ଟଙ୍କା ଋଣକରଜ କରି ଏବେ ହାତଯୋଡ଼ି ବସିଛନ୍ତି l ଆମ ପାଇଁ ବଡ଼ ଆମ ନୟାଗଡ ସ୍ଲୋଗାନ ଦେଉଥିବା ନୟାଗଡ ବିଧାୟକଙ୍କ ଏହି ନୂଆ ବସଷ୍ଟାଣ୍ଡକୁ ବସ ଚଳାଚଳ କ୍ଷେତ୍ରରେ ଆନ୍ତରିକତା କେତେ ତାହା ସମୟ ଉତ୍ତର ଦେବ l

You might also like
Leave a comment