ନୟାଗଡ ରେ ମେଡିକାଲ କଲେଜ ଦାବୀ ତେଜିଲା

ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ନୟାଗଡ଼ରେ ଜୋର ଧରିଲା ମେଡିକାଲ କଲେଜ ପ୍ରତିଷ୍ଠା ଦାବି l ୨୨. ବର୍ଷ ବିଜେଡି ଶାସନ ରେ ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କ ରାଜନୈତିକ ଇଛାଶକ୍ତିର ଅଭାବ ପାଇଁ ନୟାଗଡ ରେ ମେଡିକାଲ କଲେଜ ସ୍ଥାପନା ପାଇଁ ବିଜେଡି ର ଏଜେଣ୍ଡା ନାହିଁ l ସ୍ୱାସ୍ଥ୍ୟସେବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜି ନୟାଗଡ଼ ନୀଳମାଧବ କଲ୍ୟାଣ ମଣ୍ଡପ ପରିସରରେ ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ଏକ ସର୍ବଦଳୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l


ଲଗାତର ଭାବେ ନୟାଗଡ଼ ଜିଲ୍ଲାରେ +୨ ବିଜ୍ଞାନ ପାସ ହାର ରାଜ୍ୟର ଅନ୍ୟ ଜିଲ୍ଲାର ପାସହାର ଠାରୁ ସର୍ବାଧିକ ହେଉଥିବା ବେଳେ ଜିଲ୍ଳାରେ +୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ଉଚ୍ଚଶିକ୍ଷାର ସୁଯୋଗ ନଥିବା ବେଳେ ମେଡିକାଲ କଲେଜ ସ୍ଥାପନା ହେଲେ ଶିକ୍ଷାର୍ଥୀଙ୍କ ଉଚ୍ଚଶିକ୍ଷା ପାଇଁ ବହୁ ସମ୍ଭାବନା ସୃଷ୍ଟି କରିବ ବୋଲି ମତପ୍ରକାଶ ପାଇଥିଲା l ସେପଟେ ଜିଲ୍ଲାରେ ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟାବସ୍ଥା ଭିତ୍ତିଭୂମି ଓ ଆବଶ୍ୟକୀୟ ଚିକିତ୍ସାର ଉନ୍ନତିକରଣର ଆବଶ୍ୟକତା ଥିଲାବେଳେ ୧୨ ଲକ୍ଷ ଜିଲ୍ଲାବାସୀଙ୍କ ପାଇଁ ମାତ୍ର ୧୫୦ ଜଣ ଡାକ୍ତର କାର୍ଯ୍ୟକରିବା ସ୍ୱାସ୍ଥ୍ୟସେବା ବିକାଶ ର ବାସ୍ତବ ଚିତ୍ର ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଜିଲ୍ଲାର ଲୋକପ୍ରତିନିଧି ମାନଙ୍କୁ କଟାକ୍ଷ କରିଥିଲେ, ଜିଲ୍ଲା କଂଗ୍ରେସ ପରିବର୍ଦ୍ଦିତ କାର୍ଯ୍ୟକାରୀ ବୈଠକରେ ମଧ୍ୟ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନା ଦାବୀ କରାଯାଇ ଥିବା ଶ୍ରୀ ଦାଶ କହିଥିଲେ l

ଏଣୁ, ଏଦିଗରେ ଜିଲ୍ଲାର ବୃହତ ସ୍ଵାର୍ଥକୁ ଦୃଷ୍ଟିରେ ରଖି ସରକାର ନୟାଗଡ଼ରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ଦାବି କରାଯାଇଛି l ଏନେଇ ଆଜି ନୟାଗଡ଼ ବିକାଶମଞ୍ଚ ପକ୍ଷରୁ ମଞ୍ଚର ଆବାହକ ବିଜେପି ନେତା ସନ୍ତୋଷ କୁମାର ପ୍ରଧାନଙ୍କ ଆବାହକତ୍ୱରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ସମାଜସେବୀ ଦାମୋଦର ସାହୁ, ମୈତ୍ରୀ ଯୁବସଂସଦର ସମ୍ପାଦକ ପ୍ରଦୀପ କୁମାର ସାହୁ, ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର, ସେବାଦଳ ନେତା ମନୋଜ ସାହୁ, କଂଗ୍ରେସ ଜିଲ୍ଲା ସଭାପତି ଆଇନଜୀବି ରଣଜିତ ଦାଶ, ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ସମାଜସେବୀ ଗୋଦାବରୀ ସାହୁ, ବସନ୍ତ କୁମାର ପଟ୍ଟନାୟକ, ଅରୁଣ କୁମାର ମହାନ୍ତି, ନୟାଗଡ଼ ୟୁଥ ଫର ଆକ୍ସନ ଉପଦେଷ୍ଟା ସଞ୍ଜୟ ନାୟକ,କଂଗ୍ରେସ ସେବାଦଳ ଜିଲ୍ଲା ସଂଯୋଜକ ବିମଳ ଦାଶ, ବରିଷ୍ଠ ନାଗରିକ ନିରଞ୍ଜନ ମିଶ୍ର, ଶିକ୍ଷକ ସାରଙ୍ଗ ଇନ୍ଦ୍ରଜିତ, ହାଇକୋର୍ଟ ଆଇନଜୀବି ବିଶ୍ୱଜିତ ସାହୁ, କବି ଆଶୁତୋଷ ଦାଶଙ୍କ ସମେତ ବହୁ ସାମାଜିକ ଅନୁଷ୍ଠାନର କାର୍ଯ୍ୟକର୍ତା, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇ ମେଡିକାଲ କଲେଜ ଦାବୀ ଯଥାର୍ଥତା ବଖାଣି ଥିଲେ l


ଏହି ଅବସରରେ ନୟାଗଡ଼ର ଏହି ଦାବିକୁ ଅଧିକ ଜୋରଦାର କରାଯିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବିକାଶ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି l ସେପଟେ ନୟାଗଡ଼ ଜିଲ୍ଲାର ସମସ୍ତ ନିର୍ବାଚିତ ଜନପ୍ରତିନିଧି ମାନଙ୍କ ସହଯୋଗ ଲୋଡ଼ାଯିବ ସହ ଏନେଇ ଗାଁ ଗାଁରେ ବ୍ୟାପକ ଜନଜାଗରଣ ସୃଷ୍ଟି କରାଯିବ ବୋଲି ଆଜିର ବୈଠକରେ ନିଷ୍ପତି କରାଯାଇଛି l

You might also like
Leave a comment