ଆଜି 11ଘଟିକା ସମୟ ରେ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କ ଅଧକ୍ଷତା ରେ ଗର୍ଭ ଧାରଣ ପୂର୍ବ, ଏବଂ ଜନ୍ମ ପୂର୍ବ ଲିଙ୍ଗ ନିରୂପଣ ଅଧି ନିୟମ ଉପରେ ପରାମର୍ଶ ସମିତି ର ଏକ ସମୀକ୍ଷା ବୈଠକ ଜିଲ୍ଲା ପରିଷଦ ସୃଜନ ସଭାଗୃହ ରେ ଅନୁଷ୍ଠିତ ହୋଇଛି, ଅଲଟ୍ରା ସାଉଣ୍ଡ କ୍ଲିନିକ ର ସ୍ଥାପନ ପାଇଁ ଆବେଦନ କରିଥିବା ୟୁନିଟ ଗୁଡିକ ପଞ୍ଜିକରଣ ପ୍ରକ୍ରିୟା କୁ ଆଗକୁ ନେବା ପାଇଁ ସ୍ଥିର ସହିତ ନିଷ୍ପତି କରାଗଲା, ଏଥିସହିତ ଅଲଟ୍ରା ସାଉଣ୍ଡ କ୍ଲିନିକ ଗୁଡିକ ରେ କାର୍ଯ୍ୟରତ ବ୍ୟକ୍ତି ଙ୍କ ସମ୍ପର୍କିତ କାଗଜ ପତ୍ର ଓ ପ୍ରମାଣ ପତ୍ର ଓ କାର୍ଯ୍ୟ ଦକ୍ଷତା ସବୁକୁ ସମ୍ପୂର୍ଣ ରୂପେ ଯାଞ୍ଚ କରିବାକୁ ଜିଲାପାଳ ଅଧିକାରୀଙ୍କୁ ନିର୍ଦେଶ ଦେବା ସହିତ ଯଦି ଡାଇଗନୋସ୍ଟିକ କେନ୍ଦ୍ର ରେ ନିୟମ ଉଲଂଘନ କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ପ୍ରକାଶ କରିଥିଲେ, ଦଣ୍ଡବିଧାନ ବ୍ୟବସ୍ଥା ଓ ପ୍ରୋତ୍ସାହନ ସମ୍ବନ୍ଧୀୟ ସନ୍ଦେଶ ର ତୃଣ ମୂଳ ସ୍ତର ରେ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇ ଥିଲେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ସୁଶାନ୍ତ କୁମାର ଦାସ ଙ୍କ ପ୍ରସ୍ତାବ ଅନୁସାରେ ଗୋଷ୍ଠି ଚିକିତ୍ସା ଅଧିକାରୀ ମାନେ ପ୍ରତି ମାସ ରେ ଜନ୍ମ ସମୟ ରେ ଲିଙ୍ଗ ଅନୁପାତ କିପରି ସମାନ ସ୍ତରକୁ ଆସିବ ସେଥିପାଇଁ ଦୃଷ୍ଟି ଦେବାକୁ ତାଗିଦ କରିଥିଲେ, ଏହି ବୈଠକ ରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ,)ଡ଼ା. ସୁବାସ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ଅନ୍ୟାନ୍ୟ ଚିକିତ୍ସା ବିଭାଗୀୟ ଅଧିକାରୀ ମାନେ ବୈଠକ ରେ ଉପସ୍ଥିତ ରହିଥିଲେ