ଅଙ୍ଗନବାଡ଼ି ସହାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ନୟାଗଡ଼ ଅଧିନରେ କାର୍ଯ୍ୟରତ ଘଡୁଆଳ-୨ ଅଙ୍ଗନୱାଡି କେନ୍ଦ୍ରର ସହାୟିକା ସରୋଜିନୀ ଦେଈଙ୍କର ଅବସର ଗ୍ରହଣରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପ୍ରକଳ୍ପ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରକଳ୍ପ ଅଧିକାରିଣୀ ସୌଦାମିନି ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଅଞ୍ଚଳ ପରିଦର୍ଶିକା ନିରୋଜିନୀ ସାହୁ, ଆଞ୍ଚଲ ପାତ୍ର ଏବଂ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ତଥା ତୁଳସୀପୁର ସେକ୍ଟର ସମସ୍ତ କର୍ମୀ ଓ ସହାୟିକା ଉପସ୍ଥିତ ଥିଲେ ।

ପ୍ରକଳ୍ପର ଏହି ସର୍ବ ପ୍ରଥମ ବିଦାୟ କାଳୀନ ସଭାରେ ବିଦାୟୀ ସହାୟିକାଙ୍କୁ ପୁଷ୍ପ ଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘର ନୟାଗଡ଼ ଜିଲ୍ଲା ସଭାନେତ୍ରୀ ଜ୍ୟୋତ୍ସ୍ନାମୟୀ ପଣ୍ଡାଙ୍କର ଧନ୍ୟବାଦ ଅର୍ପଣ ପରେ ସଭାକାର୍ଯ୍ୟ ସାଙ୍ଗ କରାଯାଇଥିଲା । ବଡ଼ ବଡ଼ ଅଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଥିବା ବେଳେ ନୟାଗଡ଼ ବ୍ଲକରେ ସହାୟିକଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସମସ୍ତଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।

You might also like