ଆପଣଙ୍କ ଅଞ୍ଚଳର ସ୍ୱର, ଆପଣଙ୍କ ପାଖରେ, ନୂଆ ରୂପରେ ନୟାଗଡ଼ ଟୁଡ଼େ

NAYAGADA TODAY: ନୟାଗଡ଼ ଜିଲ୍ଲାର ପ୍ରତିଟି ଖବର, ପ୍ରତିଟି ଘଟଣା ଓ ଜନସାଧାରଣଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ଆମର ସଂକଳ୍ପ। ଆପଣଙ୍କ ଅଞ୍ଚଳରେ ଘଟୁଥିବା ଛୋଟ ବଡ଼ ଘଟଣା, ଦୁର୍ଘଟଣା, ଅପରାଧ, ଜନସମସ୍ୟା, ପ୍ରଶାସନିକ କାର୍ଯ୍ୟକଳାପ, ରାଜନୈତିକ ଘଟଣା, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କ୍ରୀଡ଼ା, ସଂସ୍କୃତି ଓ ଗାଁ ଗହଳିର ଟିକିନିଖି ଖବର ଏଣିକି ପହଞ୍ଚିବ ଆପଣଙ୍କ ପାଖରେ।ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍, ପଞ୍ଚାୟତ, ଗାଁ ଓ ସହରରୁ ଜନସାଧାରଣଙ୍କ ସ୍ୱରକୁ ଶକ୍ତିଶାଳୀ କରିବା ଏବଂ ଲୋକଙ୍କ ସମସ୍ୟାକୁ ଉପଯୁକ୍ତ ମଞ୍ଚରେ ପହଞ୍ଚାଇବା ହେଉଛି ଆମର ପ୍ରମୁଖ ଲକ୍ଷ୍ୟ। NAYAGADA TODAY କେବଳ ଏକ ନ୍ୟୁଜ୍ ପ୍ଲାଟଫର୍ମ ନୁହେଁ, ଏହା ହେଉଛି ଆପଣଙ୍କ ଅଞ୍ଚଳର ଖବର, ଆପଣଙ୍କ ସମସ୍ୟା ଓ ଆପଣଙ୍କ ଅଧିକାରର ସ୍ୱର। ଏକ ଦାୟିତ୍ୱବାନ ଓ ନିରପେକ୍ଷ ଗଣମାଧ୍ୟମ ଭାବେ ସତ୍ୟ, ନିରପେକ୍ଷତା ଓ ଜନସ୍ୱାର୍ଥକୁ ପ୍ରାଥମିକତା ଦେଇ ଆମେ ଆମର ସାମ୍ବାଦିକତାର ଦାୟିତ୍ୱ ପାଳନ କରିବୁ। ପ୍ରତ୍ୟେକ ଖବରକୁ ଯଥାସମ୍ଭବ ଯାଞ୍ଚ କରି, ସମ୍ପୃକ୍ତ ପକ୍ଷର ମତାମତକୁ ଗୁରୁତ୍ୱ ଦେଇ ଦର୍ଶକ ଓ ପାଠକଙ୍କ ନିକଟରେ ତଥ୍ୟଭିତ୍ତିକ ସୂଚନା ପହଞ୍ଚାଇବା ଆମର ପ୍ରତିବଦ୍ଧତା। ଆମ ପାଇଁ ପ୍ରତ୍ୟେକ ଅଞ୍ଚଳ ଗୁରୁତ୍ୱପୂର୍ଣ୍ଣ, ପ୍ରତ୍ୟେକ ଜନସମସ୍ୟା ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରତ୍ୟେକ ସତ୍ୟ ଖବରର ରହିଛି ନିଜସ୍ୱ ମୂଲ୍ୟ। ଆପଣଙ୍କ ଅଞ୍ଚଳରେ କୌଣସି ଘଟଣା ଘଟୁଛି କି? କୌଣସି ଜନସମସ୍ୟା ଅବହେଳିତ ହୋଇ ରହିଛି କି? ଆପଣଙ୍କ ପାଖରେ ରହିଛି କି କୌଣସି ଜନସ୍ୱାର୍ଥ ସମ୍ବନ୍ଧୀୟ ଖବର? ଆମକୁ ଜଣାନ୍ତୁ। ଆପଣଙ୍କ ସୂଚନାକୁ ଯାଞ୍ଚ କରି ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଆମେ ପ୍ରୟାସ କରିବୁ। ଆସନ୍ତୁ, ନୟାଗଡ଼ର ପ୍ରତ୍ୟେକ କୋଣର ଖବରକୁ ଲୋକଲୋଚନକୁ ଆଣିବା। ଜନତାଙ୍କ ସ୍ୱର ହେବା, ସତ୍ୟକୁ ସାମ୍ନାକୁ ଆଣିବା ଓ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ନିଜ ଦାୟିତ୍ୱ ପାଳନ କରିବା।

You might also like