NAYAGADA TODAY-ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଇଣ୍ଡିଆ ଇଣ୍ଟରନାସନାଲ ଓପେନ ଟାଇକୋଣ୍ଡୋ ଚାମ୍ପିୟନସିପ ମହାରାଷ୍ଟ୍ରର ପୁଣେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ନଭେମ୍ବର ୨୦ ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ।ଏହି ଗୌରବମୟ ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲାରୁ ଦୁଇ ଜଣ ତାଇକୋଣ୍ଡୋ ଖେଳାଳି ସ୍ଥାନ ପାଇଥିବାରୁ ଜିଲ୍ଲାର କ୍ରୀଡ଼ା ମହଲରେ ଖୁସିର ଲହରୀ ଖେଳିଯାଇଛି।ନୟାଗଡ଼ର ଇନ୍ଦ୍ରଜିତ ପଟ୍ଟନାୟକ ପୁମ୍ସେ ବିଭାଗରେ ଏବଂ ମନୀଷ ସେଠୀ (୬୩) କିଲୋ ବର୍ଗ କ୍ୟୋରୁଗୀ ବିଭାଗରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି।ଏହି ସଫଳତା ନୟାଗଡ଼ ଜିଲ୍ଲାର ତାଇକୋଣ୍ଡୋ କ୍ରୀଡ଼ା ପାଇଁ ଏକ ଗର୍ବର ବିଷୟ। ଉଭୟ ଖେଳାଳିଙ୍କ ଏହି ଅଂଶଗ୍ରହଣ ଜିଲ୍ଲାର ଯୁବପିଢ଼ିଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂତନ ପ୍ରେରଣା ଯୋଗାଇବ।ନୟାଗଡ଼ ଟାଇଗର୍ସ ତାଇକୋଣ୍ଡୋ ଆସୋସିଏସନର ସଭାପତି ଶ୍ରୀ ସଂଗ୍ରାମ କେଶରୀ ଗୁମାନସିଂହ ଏବଂ ଶ୍ରୀ ରମେଶ କୁମାର ସାହୁ ଉପ ସଭାପତି ମଧ୍ୟ ଏହି ଅନ୍ତର୍ଜାତୀୟ ଚାମ୍ପିୟନସିପ୍କୁ ନେଇ ଶୁଭେଚ୍ଛା ଜଣାଇବା ସହ ଖେଳାଳିମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳତା କାମନା କରିଛନ୍ତି।