ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀସଂଘର ପ୍ରତିଭା ସମ୍ମାନ ସମାରୋହ।

ନୟାଗଡ଼ ଜିଲ୍ଲା ଇଟାମାଟି ପଞ୍ଚାୟତର ପ୍ରଫୁଲ ସାହୁ କଲ୍ୟାଣୀ ମଣ୍ଡପରେ ପଞ୍ଚାୟତସ୍ତରୀୟ ୫ମ ବାର୍ଷିକ ପ୍ରତିଷ୍ଠା ଦିବସ ସହ କୃତି ଛାତ୍ରଛାତ୍ରୀଙ୍କ ପ୍ରତିଭା ସମ୍ମାନ ସମାରୋହ ସଂଘର ସଭାପତି ପ୍ରହଲ୍ଲାଦ ଶାନ୍ତଙ୍କ ପୌରୋହିତରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡ. ସୁକାନ୍ତି ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା ପ୍ରମୋଦ କୁମାର ବିଶ୍ଵାଳ ଓଡିଆଙ୍କ ଅସ୍ମିତା ଉପରେ ଆଲୋକପାତ କରିବା ସହ ସରପଞ୍ଚ ସ୍ବପ୍ନେଶ୍ବରୀ ସେଠୀ ଶିକ୍ଷକଙ୍କ ଭୂମିକା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ ।

ଶେଷରେ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର, ନାରାୟଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟର ୧୨ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସଂଘର ବରିଷ୍ଠ ଉପଦେଷ୍ଟା ପ୍ରମୋଦ କୁମାର ମହାପାତ୍ର ଆଜିର ଉଦ୍ଦେଶ୍ୟ ଜ୍ଞାପନ ବିଷୟରେ କହିଥିଲେ । ସଂଘର ସଂପାଦକ ରାଜକିଶୋର ନାୟକ, ଉପସଭାପତି ଶ୍ୟାମସୁନ୍ଦର ପାତ୍ର,ସହ ସମ୍ପାଦକ ରବି ନାରାୟଣ ପାତ୍ର, ବୃନ୍ଦାବନ ପରିଡା,ପ୍ରକାଶ କୁମାର ପଟ୍ଟନାୟକ ଏବଂ ପ୍ରଦୀପ୍ତ କୁମାର ସାହୁ,ସମିତି ସଭ୍ୟା ଗୋଲାପରାଣୀ ସେଠୀ, ସମାଜସେବୀ ପ୍ରଫୁଲ କୁମାର ସାହୁଙ୍କ ସହ ୫୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

You might also like