ଆଜିଠାରୁ ଦୁଇଦିନ ପାଇଁ ଖୋଲିବ ବଲାଙ୍ଗି ପାର୍କରେ ଥିବା ଫୁଲ ବଗିଚା

ଦିନକୁ ଦିନ ସଜେଇ ହେଉଛି ନିର୍ମାଣଧିନ ବଲାଙ୍ଗି ପାର୍କ । ସମସ୍ତ ଲୋକଙ୍କୁ ଆକୃଷ୍ଟ କରି ରଖିଛି ଏହି ପାର୍କ । ବଲାଙ୍ଗି ପାର୍କରେ ଥିବା ବିଭିନ୍ନ କାରୁକାର୍ଯ୍ୟ ଲୋକମାନଙ୍କର ମନ ମୋହୁଛି । ବଲାଙ୍ଗି ପାର୍କ ମଧ୍ୟରେ ଅବସ୍ଥିତ ସିଜିନାଲ ଫୁଲ ବଗିଚା ସମସ୍ତଙ୍କର ମନ ମୋହୁଛି ।

ସର୍ବ ସାଧାରଣଙ୍କ ଚିତୋ ବିନୋଦନ ପାଇଁ ଆଜି ଓ କାଲି ଦୁଇଦିନ ପାଇଁ ଖୋଲା ରହିବ । ଅପରାହ୍ନ ୪ ଘଣ୍ଟାରୁ ୬ ଘଣ୍ଟା ପର୍ଯ୍ୟନ୍ତ ଏହି ଫୁଲ ବଗିଚା ଖୋଲା ରହିବ । ଭକ୍ତ ବଗିଚା କୁ ବୁଲି ଆସିବା ପାଇଁ ସମସ୍ତଙ୍କୁ ନୟାଗଡ଼ ପୌରପରିଷଦ ପକ୍ଷରୁ ସ୍ଵାଗତ କରାଯାଇଛି । ନୟାଗଡ଼ ପୌରପରିଷଦ ନିର୍ବାହ ଅଧିକାର ସ୍ଵାତି ମିଶ୍ର ସୂଚନାପ୍ରଦାନ କରିଛନ୍ତି ।

You might also like