ଆଞ୍ଚଳିକ ସାମ୍ବାଦିକ ସଂଘର ନୂତନ ଗୃହ ଉଦ୍ଘାଟନ

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘର ନୂତନ ଗୃହ ଖଣ୍ଡପଡ଼ା ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ବାଇଁ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି ଏଥିରେ ସମ୍ମାନିତ ଅତିଥି ଶ୍ରୀ ରାମେଶ୍ବର ଶତପଥୀ ,ବରିଷ୍ଟ ଆଇନଜୀବୀ ଗିରିଜା ଶଙ୍କର ତରାସିଆ ବରିଷ୍ଟ ସାମ୍ବାଦିକ ପ୍ରଭାକର ଶିରୋମଣି ଉପସ୍ଥିତ ରହି ଥିଲେ

ସଂଘର ସଭାପତି ଶ୍ରୀ ବିନାୟକ ମିଶ୍ର ସଭାର ସଭାପତିତ୍ବ କରିଥିଲେ ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ବାଇଁ ତାଙ୍କ ଅଭିଭାଷଣରେ କହିଥିଲେ ଆଗାମୀ 5 ବର୍ଷ ଭିତରେ ଖଣ୍ଡପଡ଼ା ରେ ଏକ ସୋଲାର ମୁଜିୟମ୍ ନିର୍ମାଣ କରାଯିବ ବୋଲି କହିଛନ୍ତି ଓ ଖଣ୍ଡପଡ଼ା ର ମୁଖ୍ୟ ସମସ୍ୟା ପାଣି, ଏଲେକ୍ଟ୍ରି ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଓ ପ୍ରତ୍ୟେକ ଦିନ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ 24 ରୁ 17 ଘଣ୍ଟା ରହିବେ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ସମ୍ପାଦକ ଶ୍ରୀ ଭବାନୀ ଶଙ୍କର ସିଂହ ସାମନ୍ତ ସୁଚାରୁ ରୁପେ ସଭାକୁ ପରିଚାଳିତ କରିଥିଲେ,

You might also like