ଓଡ଼ିଗାଁ ବ୍ଲକ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଆହ୍ଵାନ କ୍ରମେ ରାଜ୍ୟ ସରକାରଙ୍କ ବିରୋଧରେ ଦୁର୍ନୀତି, ଭ୍ରଷ୍ଟାଚାର ଅଭିଯୋଗ ଆଣି ବିଜେପି ପକ୍ଷରୁ ରାଜ୍ୟ ବ୍ୟାପୀ ବିଭିନ୍ନ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ଏହି ପରିପ୍ରେକ୍ଷୀରେ ଓଡଗାଁ ବ୍ଲକ ବିଜେପି ପକ୍ଷରୁ ଇରାନୀ ରାୟଙ୍କ ନେତୃତ୍ବରେ ଶହ ଶହ ବିଜେପି କର୍ମୀ ବିଭିନ୍ନ ପ୍ରସଙ୍ଗକୁ ବିରୋଧ କରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦଳୀୟ କର୍ମୀ ଓ ନେତା ସ୍ଥାନୀୟ ରଘୁନାଥ ମନ୍ଦିର ଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ରେ ବାହାରି ବ୍ଲକ କାର୍ଯ୍ୟାଲ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଡାକବାଜି ଯନ୍ତ୍ର ଯୋଗ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିବା ସହ ନାରାବାଜି କରିଛନ୍ତି ।

କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଲାଲା ମନୋଜ ରାୟ, ପୂର୍ବତନ କୃଷକ ମୋର୍ଚା ସଭାପତି ଶିବ ଶଙ୍କର ମହାନ୍ତି, ବୀରେନ୍ଦ୍ର ନାୟକ, ପ୍ରେମା ମହାପାତ୍ର, ସୁଶାନ୍ତ ସାହୁ, ନଳିନୀ ନାୟକ, ସାମିଲ ଥିଲେ, ସମାନ୍ତରାଳ ଭାବରେ ସୋମବାର କନ୍ଧମାଳ ର ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ନେତୃତ୍ୱ ରେ ବିଜେପି ପକ୍ଷରୁ ନୟାଗଡ଼ ବ୍ଳକ ଘେରାଉ କରାଯାଇଥିଲା,ଏପଟେ ଇରାନୀ ଙ୍କ ନେତୃତ୍ୱ ରେ ବିଜେପି ପକ୍ଷରୁ ଓଡ଼ଗାଁ ବ୍ଳକ ଘେରାଉ ବିଜେପି ସମର୍ଥକ ଙ୍କୁ ଦ୍ୱନ୍ଦରେ ପକାଇବା ସହ ଦଳ ମଧ୍ୟ ରେ ଥିବା ଅନ୍ତଃ କନ୍ଦଳ କୁ ପଦା ରେ ପକାଇଛି, ଏଭଳି ସ୍ଥିତି ରେ 2024ସାଧାରଣ ନିର୍ବାଚନ ରେ ଯିଏ ଟିକେଟ ପାଇବ ଆମେ ତାକୁ ସମର୍ଥନ କରିବୁ ବୋଲି କିଛି ବିଜେପି ସମର୍ଥକ କହିଛନ୍ତି

You might also like