ଖେଳ ହେଲା କାଳ, ବାଲି ଚାଲାଣ ଦ୍ୱାରା ସୃଷ୍ଟି ଗାତ ରେ ପଡି ନାବାଳକ ମୃତ

ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ ଅନ୍ତର୍ଗତ ଗୌଡ଼ପୁଟୁ ଗୋଲା ସାହିରେ ବାଲି ଗାତ ରେ ପଡି ଜଣେ ନାବାଳକ ଙ୍କ ମୃତ୍ୟୁ ହୋଇ ଥିବା ବେଳେ 2ଜଣ ଅଳ୍ପକେ ବର୍ତ୍ତୀ ଯାଇ ଥିବା ଜଣାପଡିଛି, ମୃତ ନବାଳକ ଜଣକ ସାଇ ରାମ ପାତ୍ର, (10), ସୂଚନା ଅନୁସାରେ ଗୌଡ଼ ପୁଟୁ ଗୋଲା ସାହି ଲଡ଼ୁପାତ୍ର ଙ୍କ ପୁଅ ସାଇରାମ ଓ ତାଙ୍କର ଦୁଇ ସାଙ୍ଗ ଘର ବାରିପଟେ ବହି ଯାଉଥିବା ଦୁଆଣ୍ଟ ନଦୀ ରେ ଖେଳୁ ଥିବା ସମୟ ରେ ନଦୀ ରେ ବେଆଇନ ଭାବରେ ବାଲି ଚୋରା ଚାଲାଣ ହୋଇ ଥିବା ଯୋଗୁ ସୃଷ୍ଟି ହଉଥିବା ଗାତ ରେ ଅସାଵଧନତାବଶତଃ ପଡି ଯାଇଥିଲେ,

ଦୁଇ ଜଣ ଅଳ୍ପକେ ବର୍ତ୍ତୀ ଯାଇ ଥିବା ସମୟ ରେ ସାଇ ରାମ ଭିତରକୁ ପଶି ଯାଇଥିଲେ,ଯାହାଫଳରେ ସାଇ ଶ୍ୱାସ ରୁଦ୍ଧ ହେବା ସହ ଅଚେତ ହୋଇ ପଡ଼ିଥିଲେ,ଫଳରେ ଗ୍ରାମ ବାସୀ ଏଘଟଣା ଶୁଣି ଘଟଣା ସ୍ଥଳ ରୁ ସାଇ ରାମ ଙ୍କୁ ଉଦ୍ଧାରକରୀ ନୟାଗଡ଼ ମୁଖ୍ୟ ଚିକିତ୍ସା ଳୟକୁ ଆଣିଥିଲେ,ଡାକ୍ତର ଦେଖିବା ପରେ ସାଇ ରାମ ଙ୍କୁ ମୃତ ଘୋଷଣା କରି ଶବ ବ୍ୟବଛେଦ ନିମନ୍ତେ ଶବ ଗୃହ କୁ ପଠାଇଥିବା ସୂଚନା ମିଳିଛି ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋର୍ଟ ନୟାଗଡ଼ ଟୁଡ଼େ

You might also like