ଗ୍ରାମୀଣ ଆତ୍ମ ନିଯୁକ୍ତି ତାମିଲ ପ୍ରତିଷ୍ଠାନ ଜିଲ୍ଲା ସ୍ତରୀୟ ବୈଠକ
ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାମିଲ ପ୍ରତିଷ୍ଠାନ ୨୦୨୫-୨୬ ଆର୍ଥିକ ବର୍ଷର ଦ୍ଵିତୀୟ-ତ୍ରୟମାସିକ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ଅଧ୍ଯକ୍ଷତା କରିଥିଲେ । ନିର୍ଦ୍ଦେଶିକା ସୁଶ୍ରୀ ବ୍ରତତୀନାୟକଙ୍କ ସମେତ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କର ମୁଖ୍ୟ ଲୋହିତ ନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଏବଂ ଜିଲ୍ଲାର ସମସ୍ତ ବିଭାଗର ମୁଖ୍ୟ ଅଧିକାରୀ ମାନେ ଯୋଗଦାନ କରିଥିଲେ । ୨୦୨୫-୨୬ ଆର୍ଥିକ ବର୍ଷର ଦ୍ଵିତୀୟ -ତ୍ରୟମାସିକ ସମୟ ମଧ୍ୟରେ ମୋଟ ୩୧୬ ଜଣଙ୍କୁ ବିଭିନ୍ନ ଦକ୍ଷତା ଭିତ୍ତିକ ତାମିଲ ଯୋଗାଇ ଦିଆଯାଇଥିଲା । ଏହି ବୈଠକରେ ତାଲିମ ନେଇ କାର୍ଯ୍ୟକ୍ଷମ ହୋଇଥିବା ପ୍ରାର୍ଥିନା ସୀତା ସାହୁ ଏବଂ ପୁଷ୍ପାଞ୍ଜଳୀ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା ।