ଜନ୍ମବେଦୀରେ ମହାପ୍ରଭୁ, ଆଜିଠୁ ଆଡ଼ପ ମଣ୍ଡପରେ ଦର୍ଶନ ସହ ମିଳିବ ଆଡ଼ପ ଅବଢା

ଜନ୍ମବେଦୀରେ ମହାପ୍ରଭୁ । ଆଡପ ବିଜେ ପରେ ଏବେ ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ବାହାରିବ ଆଡ଼ପ ଅବଢା । ସକାଳୁ ଦ୍ବାରଫିଟା ଯିବା ପରେ ଭିତର ଶୋଧ, ମଙ୍ଗଳ ଆଳତୀ, ମଇଲମ, ଅବକାଶ ନୀତି କରାଯାଇ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହେଉଛି। ପରେ ଗୋପାଳ ବହ୍ଲବ ପୂଜା, ସକାଳ ଧୂପ ଓ ଭୋଗ ମଣ୍ଡପ ନୀତି ହେବା ସହ ଯାତ୍ରାଙ୍ଗୀ ମହାସ୍ନାନ ଆଦି ନୀତି କରାଯାଇ ରାତ୍ରୀରେ ବଡ଼ ସିଂହାର ବେଶ ଓ ଭୋଗ ଅନୁଷ୍ଠିତ ହେବ।

ଅନ୍ୟପଟେ ଆଜିଠାରୁ ଆଡ଼ପ ଦର୍ଶନ ସହ ଆଡ଼ପ ଅବଢ଼ା ପାଇବାର ସୌଭାଗ୍ୟ ପାଇବେ ଭକ୍ତ। ଏଥିପାଇଁ ରାତିରୁ ରୋଷ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଡ଼ପ ଦର୍ଶନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।ଭକ୍ତମାନେ କିପରି ସୁରୁଖୁରରେ ମହାପ୍ରସାଦ ପାଇପାରିବେ ସେଥିଲାଗି ପ୍ରଶାସନ ଏବଂ ସେବାୟତଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି

You might also like