ଜୟ ନୟାଗଡ଼ ଫାଉଣ୍ଡେସନ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ‘ସେବାରତ୍ନ’ ସମ୍ବର୍ଦ୍ଧନା।
।ଆଜି ପ୍ରାୟ ୧୨ ଘଟିକା ସମୟେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଶାନ୍ତ କୁମାର ଦାସଙ୍କ ଚାକିରିରୁ ଅବସର ଦିନରେ ‘ଜୟ ନୟାଗଡ଼ ଫାଉଣ୍ଡେସନ’ର କାର୍ଯ୍ୟକର୍ତ୍ତାମାନେ ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦଙ୍କ ନେତୃତ୍ୱରେ ଡଃ ସୁଶାନ୍ତ କୁମାର ଦାସଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାର୍ଯ୍ୟାଳୟରେ ଭେଟି ସଂଗଠନ ତରଫରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ‘ସେବାରତ୍ନ’ ସମ୍ବର୍ଦ୍ଧନାପତ୍ର ପ୍ରଦାନ କରିଥିଲେ। ସଂଗଠନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦ ସ୍ୱାସ୍ଥ୍ୟ ପ୍ରଶାସକ ଡଃ ଦାସଙ୍କ ନୟାଗଡ଼ରେ ଏକ ବର୍ଷର ଅବଧି ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ତୁରନ୍ତ କାର୍ଯ୍ୟ,ଆଚାର ବ୍ୟବହାର, ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବାକୁ ତ୍ୱରାନ୍ୱିତ କରିଥିବା କଥା ଉପସ୍ଥାପନ କରି ଡଃ ଦାସଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀଯୁକ୍ତ ଡଃ ଦାସ ନିଜ ବକ୍ତବ୍ୟରେ ମଧ୍ୟ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଯେଭଳି ବିଭିନ୍ନ ସମୟରେ ସହଯୋଗ କରିଥିଲେ ସେହିଭଳି ଆଗକୁ ମଧ୍ୟ ନୟାଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ଆହୁରି ଉନ୍ନତ କରିବା ପାଇଁ ବିଭିନ୍ନ ପ୍ରକାରର ସହଯୋଗ ଓ ସଙ୍ଘର୍ଷ କରିବା ପାଇଁ ଉପଦେଶ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ସଂଗଠନର ସଂଯୋଜକ ଶ୍ରିତମ କୁମାର ପ୍ରଧାନ, ଅରବିନ୍ଦ ପାଢ଼ୀ, ମଲ୍ଲିକ ମହମ୍ମଦ ମୁବାସିର, ଜ୍ୟୋତିରଞ୍ଜନ ଦାଶ, ଅକ୍ଷୟ କୁମାର ମଲ୍ଲ, ସୂର୍ଯ୍ୟକାନ୍ତ ସାହୁ, ଜୀବନ ଜ୍ୟୋତିପ୍ରକାଶ, ଅମ୍ଳାନ ଅଂଶୁମାନ ସାହୁ, ଶିବରଞ୍ଜନ ସାହୁ ପ୍ରମୁଖ ସହ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ