ଦର୍ଶକଙ୍କ ମନ ଜିଣିଲା ‘କୁଆଁରୀ କୋଠି’ରହସ୍ୟ, ରୋମାଞ୍ଚ ଓ ଆଦିବାସୀଙ୍କ ବେଦନାର ନିଖୁଣ ଚିତ୍ରଣରେ ମନମୋହିଲା ନାଟକ


NAYAGADA TODAY-ପ୍ରଗତିଶୀଳ ନାଟ୍ୟମଞ୍ଚ ‘ତୃତୀୟ ନୟନ’ ଆନୁକୂଲ୍ୟରେ ମଞ୍ଚସ୍ଥ ନାଟକ ‘କୁଆଁରୀ କୋଠି’ ଦର୍ଶକଙ୍କ ମନ ଜିଣିବା ସହ ବେଶ୍ ଉପଭୋଗ୍ୟ ହୋଇଥିଲା। ବରିଷ୍ଠ ନାଟ୍ୟକାର ବିଶ୍ୱନାଥ ମହାପାତ୍ରଙ୍କ ରଚିତ ଏବଂ ଗଦାଧର ନନ୍ଦଙ୍କ ନିର୍ଦ୍ଦେଶିତ ଏହି ନାଟକରେ ରହସ୍ୟ, ଭୟ, ରୋମାଞ୍ଚ ଓ ସାମାଜିକ ବାସ୍ତବତାର ନିଖୁଣ ଚିତ୍ରଣ ଦେଖିବାକୁ ମିଳିଥିଲା।ନାଟକକୁ ନେଇ ଦର୍ଶକଙ୍କ ମନରେ ରହିଥିବା ଭୟ ଓ ଆଶଙ୍କାକୁ କଳାକାରମାନେ ନିଜର ଜୀବନ୍ତ ଅଭିନୟ ମାଧ୍ୟମରେ ଦୂର କରିବାରେ ସଫଳ ହୋଇଥିଲେ। ହନୁମାନ ପଇସା କାରବାରକୁ ନେଇ ଗତିଶୀଳ ଭୟଙ୍କର କାହାଣୀ ଦର୍ଶକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଥିବା ବେଳେ କୁଆଁରୀ କୋଠିରୁ ଶୁଭୁଥିବା ଅଦୃଶ୍ୟ ସ୍ୱର ଛାତିରେ ଛନକା ଭରି ଦେଇଥିଲା।ସେହିପରି ଜଳଭଣ୍ଡାର ନିର୍ମାଣ ଯୋଗୁଁ ସର୍ବସ୍ୱ ହରାଇଥିବା ଆଦିବାସୀଙ୍କ ଦୁଃଖ ଓ ବେଦନା ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା। ଆଧୁନିକ ଯୁବତୀ ଜଣକ ଜଙ୍ଗଲୀ ମଣିଷର ବଂଶୀ ସ୍ୱରରେ ଆକର୍ଷିତ ହେବାର କାହାଣୀ ସହ ମାଓବାଦୀଙ୍କ ଜୁଲମ ଓ ଅତ୍ୟାଚାରର ଦୃଶ୍ୟ ନାଟକକୁ ଅଧିକ ରୋମାଞ୍ଚକର କରିଥିଲା।

You might also like