ଦୀକ୍ଷାନ୍ତ ଗ୍ରହଣ ଉତ୍ସବ
ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଖୁପଦର ଠାରେ ୫୪ ଜଣ ସ୍କାଉଟ୍ ଓ ୫୪ ଜଣ ଗାଇଡ୍ ର ଛାତ୍ର ଛାତ୍ରୀ ଙ୍କୁ ନେଇ ଦୀକ୍ଷାନ୍ତ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଆଣ୍ଡ୍ ଗାଇଡ୍ ରାଜ୍ୟ ସଂଯୋଜକ ତଥା ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ନାୟକ ଯୋଗଦେଇଥିଲେ।

ଦୀକ୍ଷାନ୍ତ ଗ୍ରହଣ ଉତ୍ସବ ରେ ସ୍କାଉଟ୍ ଗାଇଡ୍ ମାନଙ୍କଦ୍ୱାରା ଜାତୀୟ ସଙ୍ଗୀତ,ସ୍କାଉଟ୍ ପ୍ରାର୍ଥନା ଓ ଝଣ୍ଡା ଗୀତ ଗାନ କରାଯାଇଥିଲା।ସ୍କାଉଟ୍ ମାଷ୍ଟର ପଞ୍ଚାନନ ପଣ୍ଡା,ଗାଇଡ୍ କ୍ୟାପଟେନ୍ ସୌଦାମିନୀ ମହାପାତ୍ର,ଜ୍ଞାନଲିପ୍ସା ପ୍ରିୟଦର୍ଶିନୀ,କବ୍ ମାଷ୍ଟର ରଞ୍ଜନ କୁମାର ଦାଶ ଛାତ୍ର ଛାତ୍ରୀ ମାନଙ୍କୁ ଦୀକ୍ଷାନ୍ତ ଗ୍ରହଣ କରାଇ ବ୍ୟାଚ୍ ,ସ୍କାର୍ପ ଓ ଟୋପି ପ୍ରଦାନ କରାଇଥିଲେ।ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନ ସମସ୍ତଙ୍କୁ ମିଷ୍ଟାନ୍ନ ପ୍ରଦାନ କରିଥିଲେ।ସୌମ୍ୟପ୍ରଭା ସ୍ଵାଇଁ,ବିଭୁପ୍ରସାଦ ସାହୁ ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।
