ନୂତନ ଥାନା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଆନ୍ତଜିଲ୍ଲା ସ୍ତରୀୟ ପୋଲିସ ମାନଙ୍କ ବଦଳି କରିଛନ୍ତି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚିଠି ନମ୍ବର 870ପ୍ରକାଶ କରିଥିଲେ,ଚିଠି ଅନୁଯାୟୀ ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଙ୍କ ର ଖଣ୍ଡପଡ଼ା ଥାନା ଅଧିକାରୀ ଭାବେ ବଦଳି ହୋଇଥିବା ଜଣାପଡିଛି, ସେହିପରି ଇଟାମାଟି ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁଙ୍କର ରଣପୁର ଥାନା ଅଧିକାରୀ ଭାବେ ବଦଳି ହୋଇଥିବା ଜଣାପଡିଛି,

ତେବେ ଦିଲ୍ଲୀପ କୁମାର ସ୍ୱାଇଁ ରଣପୁର ଥାନା ଅଧିକାରୀ ଭାବେ ଯୋଗ ଦେଇ ଥାନା ଦାୟିତ୍ୱ ଗ୍ରହଣ କରିଛନ୍ତି,ସେ ଭଳି ଭାବେ ଚାନ୍ଦପୁର ଥାନା ଉପ ଆରକ୍ଷୀ କୃତି ବାସ ହରିଚନ୍ଦନ ରଣପୁର ଥାନାରେ ନୂତନ ଭାବେ ଯୋଗ ଦେଇ ଥିବା ବେଳେ ନୟାଗଡ଼ ଥାନା ଉପ ନିରୀକ୍ଷକ ପ୍ରୀତି ପ୍ରକାଶ ମହାନ୍ତି ରାଜ ସୁନାଖଳା ଫାଣ୍ଡିରେ ନୂତନ ଭାବେ ଯୋଗ ଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି

You might also like