ନୟାଗଡ଼ ଜିଲ୍ଲା ର ୧୪ ଜଣ ଶିକ୍ଷକଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନ ପକ୍ଷରୁ ଆସନ୍ତା ୩୧ ତାରିଖ ରେ କଳିଙ୍ଗ ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ହେବ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ର ୧୪ ଜଣ ଶିକ୍ଷକଙ୍କୁ ଦିଆଯିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର । ନୟାଗଡ଼ ବ୍ଲକର ୩ ଜଣ ଶିକ୍ଷକ ଏଥିରେ ସାମିଲ ହେବେ । ଇଟାମାଟି ବାମନ ଅବକାଶ ହାଇସ୍କୁଲର ଗଣିତ ଶିକ୍ଷକ ସୁରୋନ୍ଦ୍ର କୁମାର ଖଣ୍ଡା, ବାଲୁଗାଁ ଚଣ୍ଡି ହାଇସ୍କୁଲର ସାଧାରଣ ବିଜ୍ଞାନ ଶିକ୍ଷକ ପ୍ରଦ୍ୟୁୟମ୍ନ କୁମାର ନନ୍ଦ, ଜହ୍ନିପଦା ହାଇସ୍କୁଲର ସାମାଜିକ ବିଜ୍ଞାନ ଶିକ୍ଷୟତ୍ରୀ ମଧୁସ୍ମିତା ବେହେରାଙ୍କୁ ମିଳିବ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର । ସେହିପରି ଭାବେ ଓଡ଼ଗାଁ ବ୍ଲକର ଦୁଇ ଜଣ ଶିକ୍ଷକ ମନୋନୀତ ହୋଇଛନ୍ତି । ଗୋଡ଼ି ପଲ୍ଲୀ ଗୋପୀନାଥ ହାଇସ୍କୁଲର ଇଂରାଜୀ ଶିକ୍ଷୟତ୍ରୀ ନିଳୀମା ବାହିନୀ ପତି ପାଇବେ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର । ସେହିପରି ଗଣିଆ ବ୍ଲକର ୩ ଜଣ ଶିକ୍ଷକ ମନୋନୀତ ହୋଇଛନ୍ତି । ସେମାନେ ହେଲେ ରାସଙ୍ଗ ଆର.ସି.ବି.ପି ନୋଡ଼ାଲ ବିଦ୍ୟାପୀଠର ଇଂରାଜୀ ଶିକ୍ଷକ ଭାଗିରଥି ଜାନୀ, ସେହି ସ୍କୁଲର ସାଧାରଣ ବିଜ୍ଞାନ ଶିକ୍ଷକ ଦେବୀ ପ୍ରସାଦ ଦାସ, ବେଲପଡ଼ା ପାଟଣା ହାଇସ୍କୁଲର ସଂସ୍କୃତ ଶିକ୍ଷକ ନବକିଶୋର ମହାରଣାଙ୍କୁ ମିଳିବ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର । ସେହିପରି ଭାବେ ଦଶପଲ୍ଲା ର ଜଣେ ଶିକ୍ଷକ ମନୋନୀତ ହୋଇଛନ୍ତି । ନିଛପୁର ହାଇସ୍କୁଲର ସଂସ୍କୃତ ଶିକ୍ଷୟତ୍ରୀ ଶାନ୍ତିଲତା ମୁଦୁଲି, ଭାପୁର ବ୍ଲକର ୨ ଜଣ ଶିକ୍ଷକ ମନୋନୀତ ହୋଇଛନ୍ତି । ନୂଆଁ ଗାଁ କବିରାଜ ବିଦ୍ୟାପୀଠର ଗଣିତ ଶିକ୍ଷକ ମନୋଜ କୁମାର ଶତପଥି, ଭାପୁର ବି. ଡ଼ି. ବିଦ୍ୟାପୀଠର ଶାରୀରିକ ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ପାଇବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ।
ସେହିପରି ଭାବେ ଖଣ୍ଡପଡ଼ା ବ୍ଲକର ୩ଜଣ ଶିକ୍ଷକ ମନୋନୀତ ହୋଇଛନ୍ତି । ଖଣ୍ଡପଡ଼ା ଆର.ସି. ହାଇସ୍କୁଲର ଶାରୀରିକ ଶିକ୍ଷାୟତ୍ରୀ ସଞ୍ଜୁ ବାଳା ନାଥ, କୁମ୍ଭାରପଡ଼ା ହାଇସ୍କୁଲ ଓଡ଼ିଆ ଶିକ୍ଷକ ମନୋଜ କୁମାର ନାୟକ ଓ ଜୋଗିଆପଲ୍ଲୀ ହାଇସ୍କୁଲର ସାମାଜିକ ବିଜ୍ଞାନ ଶିକ୍ଷୟତ୍ରୀ ମାନସୀ କୁମାର ସେଠୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତା ୩୧ ତାରିଖ ଦିନ ୨ଟାରୁ ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଭୁବନେଶ୍ଵର କଳିଙ୍ଗ ଷ୍ଟାଡ଼ିୟମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡେ ।