ନୟାଗଡ଼ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା

ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅନୁଷ୍ଠିତହୋଇଛି, ନୟାଗଡ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଙ୍କ ତତ୍ୱାବଧାନ ତଥା ଅଧକ୍ଷତା ରେ ନୟାଗଡ଼ ଟ୍ରାଫିକ ଛକ ଠାରୁ ଶୋଭା ଯାତ୍ରା ବାହାରି ନୟାଗଡ଼ ପୁରୁଣା ସହର ଯଦୁମଣି ମଣ୍ଡପ ଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ନୟାଗଡ଼ ପୌର ପରିଷଦ ଅଧକ୍ଷା ନିରୁପମା ଖଟେଇ, ଜିଲାପରିଷଦ ମୁଖ୍ୟ ଉର୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପ ଜିଲାପାଳ କର୍ଣ ଦେବ ସମାଦାର,, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଶାନ୍ତ କୁମାର ଦାସ ପ୍ରମୁଖ ମଂଚାସୀନ ଥିଲେ, ଠକେଇ ଉଦ୍ୟମ କୁ ନେଇ ଜିଲାପାଳ ବକ୍ତବ୍ୟ ଉପସ୍ଥାପନା କରିବା ସହ କିଭଳି ଜନ ସାଧାରଣ ସଚେତନ ରହିବେ ସେ ନେଇ ମତ ଦେଇ ଥିଲେ,, ଏହି ଅବସର ରେ ଦସ୍ତଖତ ଅଭିଯାନ ସହ ଅତିଥି ମାନେ ସାଇବର ସୁରକ୍ଷା ଉପରେ ମତ ଦେଇଥିଲେ,ଆୟୋଜିତ କାର୍ଯ୍ୟକ୍ରମ ନୟାଗଡ଼ ପୋଲିସ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା,ସାଇବର ସୁରକ୍ଷା ଅଭିଯାନ ର ସଂଯୋଜକ ତଥା ଡ଼ିଏସପି ସୁଶାନ୍ତ କୁମାର ପାତ୍ର,ଏସଡିପିଓ ଜ୍ୟୋତି ରଞ୍ଜନ ସାମନ୍ତ ରାୟ,ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନଙ୍କ ସମେତବହୁ ବରିଷ୍ଠ ଅଧିକାରୀ ମାନେଯୋଗ ଦେଇ ଥିଲେ, ପରିଶେଷରେ ସ୍ଥାନୀୟ କଳାକାର ମାନଂକୁ ନେଇ ସଚେତନତା ଧର୍ମୀ ତଥା ସାଇବରସୁରକ୍ଷା ଅଭିଯାନ କୁ ନେଇକ୍ଷୁଦ୍ର ନାଟକ ମଞ୍ଚସ୍ତ ହୋଇଥିଲା,

You might also like