ନୟାଗଡ଼ ବିଧାୟକ ଙ୍କ ପ୍ରଶ୍ନ ର ଉତ୍ତର ରଖିଲେ ମୁଖ୍ୟ ମନ୍ତ୍ରୀ, 2025ଅପ୍ରେଲ ଶେଷ ସୁଦ୍ଧା ସରିବ କୁସୁମୀ ନଦୀ ବ୍ୟାରେଜ
ନୟାଗଡ଼ ଜିଲ୍ଲା ଇଟାମାଟି ଥାନାଅନ୍ତର୍ଗତ ବଡ ପଣ୍ଡୁସର ଗ୍ରାମ ପଞ୍ଚାୟତ ସୁନାଲଟି ଗ୍ରାମ ନିର୍ମାଣ ଚାଲିଥିବା କୁସୁମୀ ବ୍ୟାରେଜର କାମ ୨୦୨୫ ଏପ୍ରିଲ ୨୪ ସୁଦ୍ଧା ଶେଷ ହେବ ବୋଲି ବିଧାନସଭାରେ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଉତ୍ତର ରଖୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ୨୦୨୩ ଅକ୍ଟୋବର ୨୫ରୁ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ଦେଇଥିଲେ। ପ୍ରକାଶ ଯୋଗ୍ୟ, କୁସୁମୀ ପ୍ରକଳ୍ପ ପାଇଁ ୨୦୦୮ ମସିହାରେ ପରିକଳ୍ପନା କରାଯାଇଥିଲା। ୨୦୧୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ପ୍ରକଳ୍ପ ପାଇଁ ୨୩୦ କୋଟି ୩୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା।
ନୟାଗଡ଼ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଲେ ମୁଖ୍ୟମନ୍ତ୍ରୀ
ଉପକୃତ ହେବେ ୫ ପଞ୍ଚାୟତର ୪୯ ଗ୍ରାମର ଚାଷୀ ଏଥିରୁ ୭୦ କୋଟି ୮୮ ଲକ୍ଷ ଟଙ୍କା ବ୍ୟାରେଜ୍ ପାଇଁ ରହିଥିବାବେଳେ ମେକାନିକାଲ କାର୍ଯ୍ୟ ପାଇଁ ୧୧ କୋଟି ୧୩ ଲକ୍ଷ ଓ ଭୂତଳ ପାଇପ ଲାଇନ ବ୍ୟବସ୍ଥାରେ ଚାଷ ଜମିକୁ ଜଳସେଚନ ପାଇଁ କାର୍ଯ୍ୟ ପାଇଁ ୧୪୮ କୋଟି ୧୮ ଲକ୍ଷ ରହିଥିଲା । ୨୫ ।୧୦।୨୦୨୩ରେ କାମ ଆରମ୍ଭ ହୋଇଥିବାବେଳେ ୨୪।୪।୨୦୨୫ରେ କାମ ଶେଷ ହେବ ବୋଲି କୁହାଯାଇଥିଲା। ଏଥିରେ
ନୟାଗଡ଼ ବ୍ଲକର ବଡପଣ୍ଡୁସରପ, ଇକିରି, ବିରୁଡା, ବାଉଁଶିଆପଡା ଓ ଶରଣକୁଳ ପରି ୫ ପଞ୍ଚାୟତର ୪୯ଟି ଗାଁର ଚାଷୀ ଉପକୃତ ହେବେ। ଅନ୍ୟପକ୍ଷେ ବ୍ୟାରେଜର ଡାହାଣ ପଟରେ ନୟାଗଡ଼ ବ୍ଲକର ୨୦୬୮ ହେକ୍ଟର, ଖଣ୍ଡପଡ଼ା ବ୍ଲକର ୯୧୨ ହେକ୍ଟର ଓ ଭାପୁର ବ୍ଲକର ୭୬୫ ହେକ୍ଟର ଏପରି ମୋଟ୍ ୩୭୪୫ ହେକ୍ଟର ଜମି ଜଳସେଚିତ ହେବ। ଏହା ଦ୍ଵାରା ପ୍ରାୟ ଦେଢ଼ ଲକ୍ଷ ଚାଷୀ ଉପକୃତ ହେବେ।
ପ୍ରକଳ୍ପ ମଧ୍ୟରେ ୨ଟି ବ୍ରିଜ ଓ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ପାର୍କ କରାଯିବ ବୋଲି ପ୍ରସ୍ତାବ ରହିଥିଲା। ୬୭ କୋଟି ବ୍ୟୟରେ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ କୁସୁମୀ ବ୍ୟାରେଜ କୁ ପୂର୍ଵ ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ୨୦୨୪ ମାର୍ଚ୍ଚ ୨ରେ ଲୋକାର୍ପିତ କରିଥିଲେ କିଣ୍ଡୁ ବ୍ୟାରେଜ୍ କାମ ସରିନଥିବା ବେଳେ ଆହୁରି ରହିଚି ଅନେକ କାମ ନା ହେଇଚି ପାର୍କ ପଡି ରହିଚି ଅନେକ ବିଭିର୍ନ ଚାରା କେବେ ସରିବ କାମ ତାହା ଉପରେ ସମସ୍ତ ଜନ ସାଧାରଣଙ୍କ ରହିଲା ନଜର୍