୧୭.୧୨.୨୦୨୫ରିଖ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଚକ୍ଷୁ ଚିକିତ୍ସକ ଡଃ ରବିନ ରତନଙ୍କ ରୋଗୀ, ସାମ୍ବାଦିକ ଓ ପୋଲିସଙ୍କୁ ମୁଖ୍ୟତଃ ନୟାଗଡ଼ର ଜନସାଧାରଣଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ଏବଂ ମାରିବାକୁ ଉଦ୍ୟମ କରିଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଥିବା ବେଳେ ଆଜି ସକାଳ ୧୦ ଘଟିକା ସମୟେ ସମ୍ପୃକ୍ତ ଡାକ୍ତର ପୁନଃ ଚିକିତ୍ସାଳୟ ଭିତରକୁ ଆସି ଗାଳିଗୁଲଜ କରିବା ପରେ ତାଙ୍କର ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରୁ ବହିଷ୍କାର କରିବା ଏବଂ ତାଙ୍କର ମାନସିକ ସ୍ଥିତି ଯାଞ୍ଚ କରିବାର ଦାବି ନେଇ ନୟାଗଡ଼ ଜନସାଧାରଣଙ୍କ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସଧାରୀଙ୍କ କାର୍ଯ୍ୟାଳୟ ସାମନାରେ ସକାଳ ୧୧ ଘଟିକା ଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଧାରଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଡାକ୍ତରଙ୍କୁ ତୁରନ୍ତ ଛୁଟି ପ୍ରଦାନ କରିବା ସହ ଉପରସ୍ଥ ଅଧିକାରୀଙ୍କୁ ଦୁର୍ବ୍ୟବହାର ସମ୍ପର୍କରେ ଅବଗତ କରେଇବା ନିମନ୍ତେ ଚିଠି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ କରାଯାଇଥିଲା। ଆଜିର ଧାରଣାରେ ଜୟ ନୟାଗଡ଼ ଫାଉଣ୍ଡେସନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦ, ଅମ୍ଳାନ ଅଂଶୁମାନ ସାହୁ, ଅରବିନ୍ଦ ପାଢ଼ୀ, ଅବଦୁଲ ଆଜିମ ଖାଁ, ରାକେଶ କୁମାର ସିଠ, ଆଲୋକ ବେହେରା, ସ୍ୱରାଜ କୁମାର ନାୟକ, ଓଁ ପ୍ରକାଶ ବିଶ୍ୱାଳ, ଶାଶ୍ୱତ ରଞ୍ଜନ ପ୍ରଧାନ, ଲକେଶ ବେହେରା, ଇମ୍ରାନ ଖାଁ, ତପୁ ମାଝୀ, ଶୁଭଙ୍କର ସ୍ୱାଇଁ, ଦୀପଙ୍କର ସ୍ୱାଇଁ, ନିଜାମ ଖାଁ, ସାଇ ଶୁଭଙ୍କର ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ।