ନୟାଗଡ : ଉଦଯାପିତ ହେଲା ଦୁଇଦିନିଆ ଜିଲ୍ଲା ଆଥଲେଟିକ ମିଟ ୨୦୨୫

ସ୍ଥାନୀୟ ପି.ଟି.ଏସ ଗ୍ରାଉଣ୍ଡରେ ନୟାଗଡ ଜିଲ୍ଲା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ଦୁଇଦିନିଆ ଜିଲ୍ଲା ଆଥଲେଟିକ ମିଟ ୨୦୨୫ ବୁଧବାର ଦିନ ଉଦଯାପିତ ହୋଇଯାଇଛି | ଏଥିରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ସଂଖ୍ୟାରେ ଉଦୀୟମାନ ଯୁବ କ୍ରୀଡା ପ୍ରତିଭା ମାନେ ଯୋଗ ଦେଇଥିଲେ | ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଅନୁଷ୍ଠିତ ପ୍ରତିଯୋଗିତା ମୂଳକ ବିଭିନ୍ନ ବର୍ଗର ଖେଳରେ କୃତିତ୍ୱ ଅର୍ଜନ କରିଥିବା କ୍ରୀଡା ପ୍ରତିଭା ମାନଙ୍କୁ ସାର୍ଟିଫିକେଟ ସହ ମେଡାଲ ଦେଇ ପୁରସ୍କୃତ କରି ଥିଲେ |

ଏହି ପୁରସ୍କାର ବିତରଣ ଉତ୍ସବକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିବାବେଳେ ସମ୍ମାନିତ ଅତିଥିଭାବେ ଖୁଣ୍ଟୁବନ୍ଧ ସ୍ଥିତ ସରକାରୀ ଆଇଟିଆଇ କଲେଜର ଅଧକ୍ଷ କାନ୍ତି ରଞ୍ଜନ ସାହୁ ଯୋଗ ଦେଇଥିଲେ | ଜିଲ୍ଲା ଆଥଲେଟିକ ଆସୋସିଏସନର ସମ୍ପାଦକ ଅଶେଷ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କ୍ରୀଡା କାର୍ଯ୍ୟକ୍ରମକୁ ଆଥଲେଟିକ ଆସୋସିଏସନର କର୍ମକର୍ତ୍ତା ଭବାନୀ ଶଙ୍କର ଦାସ, ବିନାୟକ ପ୍ରସାଦ ରାଓ, ସାରଦା ପ୍ରସାଦ ମହାପାତ୍ର, ନିଶିକାନ୍ତ ମହାନ୍ତିଙ୍କ ସମେତ ଉପସ୍ଥିତ ପିଇଟି ସାର, କୋଚ ପ୍ରମୁଖ ଆଗେଇ ନେଇଥିଲେ |

You might also like