ଭାଙ୍ଗୁନି ବେଆଇନ ନିର୍ମାଣ, ତିଆରି ହୋଇ ପାରୁନି ରାସ୍ତା।ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
୨୪ ବର୍ଷଧରି ସମ୍ପୂର୍ଣ୍ଣ ହୋଇ ପାରୁନି ରଙ୍ଗଣୀପାଟଣା ଠାରୁ ସୁନାମୁହିଁକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା। ଏହି ରାସ୍ତା ଦେଓଗାଁ-ଭାଲିଆଡିହି ଠାରେ ଆଜକୁ ୨୪ ବର୍ଷ ଧରି ଅଟକ ରହିଛି।
ଏହି ରାସ୍ତା ପୂର୍ବରୁ ଆରଡି ବିଭଗରେ ଥିବାବେଳେ ବର୍ତ୍ତମାନ ଏହା ପୂର୍ତ୍ତ ବିଭାଗ ଦାୟିତ୍ୱ ରେ ରହିଛି। କିନ୍ତୁ ଯେତେଥର ଏହି ରାସ୍ତା ନିର୍ମାଣ ପାଇଁ କାମ ଆରମ୍ଭ ହେଉଛି, ଭାଲିଆଡିହି ଗ୍ରାମବାସୀ ଏହି କାର୍ଯ୍ଯକୁ ବିରୋଧ କରି ନିଜ ଜିଦ୍ ଅନୁସାରେ ରାସ୍ତା ନେବା ପାଇଁ ଅଡି ବସୁଛନ୍ତି।

ଏନେଇ ତତ୍କାଳୀନ ତହସିଲଦାର ତାଙ୍କର ଚିଠି ନଂ ୨୮୬ ଏବଂ ମାନ୍ୟବର ଉଚ୍ଚନ୍ୟାୟାଳୟ କେଶ ନଂ ୧୧୧୫୮ ରେ ରାସ୍ତା କେଉଁବାଟ ଦେଇ ଯିବ ପଥ ପ୍ରସ୍ତୁତ କରୁଥିଲେ ବି ଏହାକୁ ମାନୁ ନାହାଁନ୍ତି ଭାଲିଆଡିହି ଗ୍ରାମବାସୀ। ସେମାନଙ୍କର ଗୋଟିଏ ଜିଦ୍ ରାସ୍ତା ଦେଓଗାଁ ଶ୍ମଶାନ ପ୍ଳଟ ୪୮୯ ଓ ବିଦ୍ୟାଳୟ ପରିସରର ପ୍ଳଟ ନଂ ୮୬୭ ମଧ୍ଯ ଦେଇ ଯାଉ। ଯାହାକି ହାଇକୋର୍ଟ ତାଙ୍କର ବିଚାରରେ ଏହି ଶ୍ମଶାନ ପ୍ଳଟ ଓ ସ୍କୁଲ ପ୍ଳଟ ରେ ଯିବନାହିଁ ବୋଲି ନିର୍ଦ୍ଦେଶ କରିଛନ୍ତି।

ତେବେ ଗୋଟିଏ ଗାଁ କୁ ଭୟ କରି ଆଜି ପର୍ଯ୍ଯନ୍ତ ପ୍ରଶାସନ କିଭଳି ମୁଣ୍ଡ ନୁଆଁଇ ରହିଛି ତାହା ସବୁଠାରୁ ବଡ ପ୍ରଶ୍ନ। ତେବେ ରାସ୍ତା ଉପରେ ଭାଲିଆଡିହି ଗ୍ରାମବାସୀ ଗୋଟିଏ ଯଜ୍ଞ ଘର ନିର୍ମାଣ ମଧ୍ଯ କରିଦେଇଛନ୍ତି, ଯାହା ପ୍ରଶାସନ ଜାଣିଥିଲେ ମଧ୍ଯ ଏହା ବେଆଇନ ଜାଣିଥିଲେ ମଧ୍ଯ ଏହାକୁ ଭଙ୍ଗା ଯାଉନାହିଁ । ଏନେଇ ଜିଲ୍ଲପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦେଓଗାଁ ଗ୍ରାମବାସୀ। ଦେଖିବାକୁ ବାକି ରହିଲା ବେଆଇନ ନିର୍ମାଣ କେବେ ଭାଙ୍ଗୁଛି ଓ ଏହି ରାସ୍ତା କେବେ ସମ୍ପୂର୍ଣ୍ଣ ହେଉଛି।
