ଯାକେଡ଼ା ନିକଟରେ ସଡ଼କ ଦୃଘଟଣା ୧୪ଆହତ ,୧ ମୃତ

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଯାକେଡ଼ା ଗ୍ରାମ ନିକଟରେ ଘଟିଛି ମର୍ମତୁଦ ସଡ଼କ ଦୃଘଟଣା. ସୂଚନା ମୁତାବକ ଦୁରୁଙ୍ଗୀ ଗ୍ରାମରୁ ଏକ ଡାଲା ଅଟୋ ନଂ (OD2503391)ନୂଆଗାଁ ଅଭିମୁଖେ କିଛି ମହିଳା ଶ୍ରମିକକୁ ନେଇ ଯାଉଥିଲା।ଯାଉଥିବା ସମୟରେ ଭାରସାମ୍ୟ ହରାଇ ଯାକେଡ଼ା ନିକଟରେ ଏକ ବାଙ୍କରେ ଦୃଘଟଣା ଘଟିଥିଲା. ସେଥିରେ ୧୫ଜଣ ଶ୍ରମିକ ଦୃରୁଙ୍ଗିରୁ କୋରଡ଼ା ଯାଉଥିଲେ. ଦୃଘଟଣା ଖବର ପାଇ ନୂଆଗାଁ ଅଗ୍ନିସମ ବାହିନୀ, ନୂଆଗାଁ ପୋଲିସ ଏବଂ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଂଚି ଶ୍ରମିକ ମାନଙ୍କୁ ମହୀପୁର ଏବଂ ନୟାଗଡ଼ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା.

ସମସ୍ତ ମହିଳା ଶ୍ରମିକ ବହୁପରିମାଣରେ କ୍ଷତ ବିଖ୍ୟତ ହୋଇଥିଲା ସେମାନଙ୍କର ମୁଁହଁ , ହାତ, ଗୋଡ଼ ରେ ଆଘାତ ଲାଗିଥିଲା. ସେମାନେ ହେଲେ ଦୁରୁଙ୍ଗୀ ଗ୍ରାମର ଚମ୍ପା ବେହେରା, ସୁକାନ୍ତି ବେହେରା, ଭାରତୀ ବେହେରା, ସୁବନି ବେହେରା, ପରଯାଇ ବେହେରା,ନିର୍ମଳା ବେହେରା, ରମ୍ଭା ବେହେରା,ସୀତା ବେହେରା, ମାଳତୀ ଯାନୀ, ସୁରୁଡେଇ ବେହେରା, ଆମରି ବେୱା, ଭାବିନି ବେହେରା, ଦମୟନ୍ତୀ ଯାନୀ,କେନ୍ତିରୀ ବେହେରା।ସେମାନେ ଚିକିତ୍ସିଚିତ ହେଉଥିବା ବେଳେ ଭୁବନେଶ୍ୱର କୁ ୩ଜଣ ସ୍ଥାନ୍ତର ହୋଇଛନ୍ତି।ନାବାଳିକା ସୁକାନ୍ତି ବେହେରାଙ୍କୁ ନୟାଗଡ଼ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମୃତ ଘୋଷଣା କରିଛନ୍ତି.ନୂଆଗାଁ ଥାନା ଅଧିକରି ଦୃଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିବା ସଶିତ ଦୃଘଟଣା ହୋଇଥିଲା ଡାଲା ଅଟୋଲୁ ନୂଆଗାଁ ଥାନାକୁ ଅଣା ଯାଇଛି.

You might also like