ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ
ନୟାଗଡ଼ ଜିଲ୍ଲା ପରିଷଦ ସୃଜନ ସମ୍ମିଳନୀ କକ୍ଷ ରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଆଇନ ସେବା ପ୍ରlଧିକରଣମିଳିତ ସହ ଯୋଗ ରେ ଶିଶୁ ସୁରକ୍ଷା ଓ ଅଧିକାର ସମ୍ପର୍କିତ ଏକ ଦିବସୀୟସଚେତନତା ତାଲିମ ଶିବିର ଅନୁଷ୍ଠିତ ହୋଇଛି, କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସିବିୟନ ପ୍ରଧାନ ପରିଚାଳନା କରିଥିଲେ, ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲାପାଳ ଦିଲୀପ କୁମାର ବଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ,ସଂମ୍ମାନିତ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ଯୋଗ ଦେଇ ମହିଳା ଓ ଶିଶୁ ସୁରକ୍ଷା ବିଷୟ ରେ ଜିଲ୍ଲା ଆଇନ ସେବା ପ୍ରାଧି କରଣ ଦାୟିତ୍ୱ ବିଷୟ ରେ ଆଲୋକ ପାତ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ଆଇନ ଜିବି ରମେଶ ଚନ୍ଦ୍ର ମହାରଣା, ପରିମଳ ଏଜିଓ ତରଫରୁ ଅମନ ମିଶ୍ର, ସୋହମ ଏଜିଓ ପ୍ରତିଷ୍ଠାତା କାମାକ୍ଷା ପ୍ରସାଦ ଦାସ ବକ୍ତା ଭାବରେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ,

ଶିଶୁ ସୁରକ୍ଷା ୟୁନିଟ ତରଫରୁ ଅଧିକାରୀ ମହମଦ ଅର୍ସାଦ ଆନସାରୀ ଜିଲ୍ଲା ରେ ଶିଶୁ ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁଥିବା ବିଭିର୍ନ ସରକାରୀ ଅନୁଷ୍ଠାନ, ଶିଶୁ ମଙ୍ଗଳ ସମିତି, ଶିଶୁ ସୁରକ୍ଷା ବିଭାଗ, ଚାଇଲଡ ହେଲ୍ପ ଲାଇନ, ସ୍ୱତନ୍ତ୍ର ପୋଲିସ ୟୁନିଟ, କାର୍ଯ୍ୟ କାରିତା ସମ୍ପର୍କ ରେ ବିସ୍ତୃତ ଭାବେ ସମସ୍ତ ଙ୍କୁ ଅବଗତ କରାଇଥିଲେ, ମୁଖ୍ୟ ତାଲିମ ଭାବରେ କଟକ ରୁ ସଂଯୋଗ ନିର୍ଦେଶକ ପ୍ରଶାନ୍ତ କୁମାର ପାଲଟାସିଂ ଯୋଗ ଦେଇ ଥିଲେ