ସର୍ବସାଧାରଣ ଧର୍ମଘଟ ପରିପ୍ରେକ୍ଷୀରେ ରଣପୁରରେ ସବୁ ଅଫିସି ଓ ରାସ୍ତା ସମ୍ପୂର୍ଣ୍ଣ ଠପ।
ସି ଆଇ ଟି ୟୁ ସମେତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଗୁଡିକ ତରଫରୁ ଡାକରା ଦିଆ ଯାଇଥିବା ସାଧାରଣ ଧର୍ମଘଟ ପରିପ୍ରେକ୍ଷୀ ରେ ଆଜି ରଣପୁର ରେ ଥିବା ବ୍ୟାଙ୍କ ଓ ସରକାରୀ ଅଫିସି ଗୁଡ଼ିକ ସମ୍ମୁଖ ରେ ସଙ୍ଗଠନ ତରଫରୁ ପିକେଟିଙ୍ଗ କରିବାରେ ସ୍ଵାଭାବିକ ଭାବେ ଅଫିସ ଗୁଡିକ ବନ୍ଦ ହୋଇ ଯାଇଥିଲା।ଏହି ପରିପ୍ରେକ୍ଷୀ ରେ ଶତାଧିକ ଆଶାକର୍ମୀ, ପାଚିକା ,ଅଙ୍ଗନବାଡି, ମିଶନ ଶକ୍ତି ଇ ସି ସଭ୍ୟା, ନିର୍ମାଣ ଶ୍ରମିକ,କୃଷକ,କୃଷି ଶ୍ରମିକ ରଣପୁର ଚାନ୍ଦ ପୁର ରାସ୍ତାକୁ ପଞ୍ଚୁଦୋଳ ପଡିଆ ଠାରେ ଦିର୍ଘ ସମୟ ଅବରୋଧ କରି ବସି ରହିଥିଲେ। ଏମିତିକି ପୁରୀ ସାଂସଦ ସମ୍ବିତ ପାତ୍ର ବାଧ୍ଯ ହୋଇ ପଛକୁ ଫେରି ଅନ୍ୟ ରାସ୍ତା ଦେଇ ଯାଇଥିଲେ। ଦୁଃଶାସନ ଜେନାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତା ମାନେ ମୋଦୀ ସରକାରର ଶ୍ରମିକ ଓ କୃଷକ ବିରୋଧି ନୀତି ତଥା ଜନ ବିରୋଧି ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ମୋଦୀ ସରକାର ଗ୍ରହଣ କରିଥିବା ଶ୍ରମିକ ବିରୋଧି ୪ ଟି ଶ୍ରମ କୋଡ ତୁରନ୍ତ ବାତିଲ କରିବାକୁ ବକ୍ତା ମାନେ ଦୃଢ ଦାବୀ କରିଥିଲେ।ଆଶା, ପାଚିକା, ଅଙ୍ଗନବାଡି କର୍ମୀ,ଇସି ସଭ୍ୟା ମାନଙ୍କୁ ସରକାର ତୁରନ୍ତ ନିୟମିତ ଓ ସର୍ବନିମ୍ନ ମଜୁରୀ ୨୬୦୦୦ ଟଙ୍କା ଓ ସାମାଜିକ ସୁରକ୍ଷା ଆଦି ଯୋଗାଇ ଦେବାକୁ ବକ୍ତା ମାନେ ଦୃଢ ଦାବୀ କରିଥିଲେ।ଚାଷି ଫସଲ ର ଲାଭଜନକ ଦର ମୂଲିଆ ହାତକୁ ବ୍ୟାପକ କାମ ସହ ଆକାଶ ଛୁଆଁ ଦରଦାମ ବୃଦ୍ଧି ନିୟନ୍ତ୍ରଣ ପାଇଁ ଦାବି କରା ଯାଇଥିଲା । ପରିଶେଷରେ ଏକ ବିଶାଳ ଶୋଭାଯାତ୍ରା ବାହାରି ରଣପୁର ବଜାର ପରିକ୍ରମା କରି ବ୍ଳକ ଆଫିସି ଠାରେ ପ୍ରତିବାଦ ସଭା କରାଯାଇ ଥିଲା।
ଏହି କାର୍ଯ୍ୟକ୍ରମ ରେ ସି ଆଇ ଟି ୟୁ ର ରାଜ୍ୟ ସମ୍ପାଦକ ସୁରେଶ ସ୍ଵାଇଁ,ବାମପନ୍ଥୀ ନେତା ହରିଶ୍ଚନ୍ଦ୍ର ମିଶ୍ର, କଂଗ୍ରେସ ନେତା ଶତ୍ରୁ ଘନ ବରାଡ,ଦୁଃଶାସନ ଜେନା,ନିତ୍ୟାନନ୍ଦ ପରିଡ଼ା,ଶୁଶୀଲ ମହାନ୍ତି, ଭିକାରୀ ଚରଣ ସାହୁ,ମନୋଜ ପାତ୍ର, ଗଦାଧର ପ୍ରଧାନ,ସୁକାନ୍ତି ଜେନା,ମଞ୍ଜୁଲତା ପ୍ରଧାନ, ସଞ୍ଜୁଲତା ପରିଡା,ସବ୍ୟସାଚୀ ସେନାପତି,ପ୍ରଭାତି ବେହେରା, ରମ୍ଭା ବତୀ ପ୍ରଧାନ,ରଜନୀ ସାମନ୍ତରା ଓ ମିଶନ ଶକ୍ତି ର ରଜନୀ ଜେନା ପ୍ରମ୍ମୁଖ ବକ୍ତବ୍ଯ ଦେଇ ଥିଲେ।