ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ “ବିଶ୍ବ ତମାଖୁ ବର୍ଜନ ଦିବସ” ପାଳିତ ହେବା ସହିତ ଉଦଯାପିତ ହେଲା ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା ସପ୍ତାହ …

ନୟାଗଡ଼, ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ସପ୍ତାହ ବ୍ୟାପୀ ଚାଲିଥିବା ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା ସପ୍ତାହ ଉଦଯାପିତ ହୋଇଥିବା ବେଳେ ଆଜି ପାଳିତ ହୋଇଥିଲା “ତମାଖୁ ବର୍ଜନ ଦିବସ” l

ଆଜି ବିଦ୍ୟାଳୟ ଖୋଲିବା ପରେ ପ୍ରାର୍ଥନା ସଭାରେ ବିଶ୍ୱ ତମାଖୁ ବର୍ଜନ ଦିବସ ଉପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଉପସ୍ଥିତ ଛାତ୍ରଛାତ୍ରୀ ଭାଗ ନେଇଥିଲେ l ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ସଲିମ୍ ଇବ୍ରlହିମ୍ ପରିଚାଳନା କରିଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ l

ଅପରlହ୍ଣରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟାଙ୍କୁ ନେଇ ତମାଖୁ ସେବନର ଅପକାରିତା ସହିତ ସଚେତନ ବାର୍ତ୍ତା ପାଠ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସବିତା ପଟ୍ଟନାୟକ, ରଶ୍ମି ରଞ୍ଜିତା ବେହେରା, ପ୍ରବାସିନୀ ମିଶ୍ର, ନିଶାମଣି ମିଶ୍ର, ମଗନୁମ ଜାହଁl, ମିତlଞ୍ଜଳି ସାହୁ, ଲକ୍ଷ୍ମୀପ୍ରିୟା ନାୟକ, ମୋ ସ୍କୁଲ୍ କମିଟି ସଭାପତି ଭାଗବନ ଜେନା, ସଭ୍ୟ ସନ୍ତୋଷ ସାହୁ, ସଭ୍ୟା କୁନି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l

ପ୍ରଧାନଶିକ୍ଷୟତ୍ରୀ ଝୁମୁରୀ ସାହୁ ଓ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ତମାଖୁ ସେବନର ଭୟାବହତା ଏବଂ ଏହା ଯୋଗୁଁ ହେଉଥିବା ଦୁରାରୋଗ ଉପରେ ବକ୍ତବ୍ୟ ରଖିଥିଲେ l କ୍ରୀଡ଼ା ଶିକ୍ଷକ ଜିତେନ୍ଦ୍ର ଗୁରୁ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ତାଜୁଦ୍ଦିନ୍ ଖାଁ ଧନ୍ୟବାଦ୍ ଅର୍ପଣ କରିଥିଲେ l

You might also like