୩ ସହକାରୀ ଯନ୍ତ୍ରୀ ଙ୍କ ବଦଳି
ନୟାଗଡ ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ୩ ଜଣ ସହକାରୀ ଯନ୍ତ୍ରୀଙ୍କର ବଦଳି ହୋଇଛି ।ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ,ନୟାଗଡ଼ ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଚନ୍ଦ୍ରଶେଖର ସାମନ୍ତରାୟଙ୍କ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବଦଳି ହୋଇଛି ।ସେହିଭଳି ଭାବେ ଅଶୋକ କୁମାର ଦଳବେହେରାଙ୍କ ପୁରୀ ଜିଲ୍ଲା ସଦର ବ୍ଲକକୁ ବଦଳି ହୋଇଛି। ଜ୍ଞାନେନ୍ଦ୍ର ପାଢୀଙ୍କର ଅନୁଗୋଳ ଜିଲ୍ଲା ଛେଣ୍ଡି ପଦାକୁ ବଦଳି ହୋଇଥିବା ସୂଚନା ମିଳିଛି ।