କାର୍ଯ୍ୟାନୁଷ୍ଠାନ ନହେଲେ ଆସନ୍ତା ୨୫ରେ ସଂଘ ପକ୍ଷରୁ ଶାନ୍ତି ପୁର୍ଣ୍ଣ ଆନ୍ଦୋଳନର ଚେତାବନି
ବାଲୁଙ୍କେଶ୍ଵର ରେଲୱେ ସଂଗ୍ରାମ ସମିତି ଇଟାମାଟି ଓ ଚମ୍ପତିପୁର ପକ୍ଷରୁ ଆଜି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଖୋର୍ଦ୍ଧା-ବଲାଙ୍ଗୀର ରେଲୱେ ପାଇଁ ବର୍ତମାନ ଦଶପଲ୍ଲା ପର୍ଯ୍ୟନ୍ତ ଟ୍ରେନ ଗଡି ଲାଣି । ବର୍ତମାନ ଖୋର୍ଦ୍ଧା -ବଲାଙ୍ଗୀର ରେଳ ଲାଇନ୍ କାମ ଚାଲୁରହିଛି । ଚମ୍ପତିପୁର ଠାରେ ଏକ ରେଲୱେ ଷ୍ଟେସନ ନିର୍ମାଣ ପାଇଁ ସଂଘ ପକ୍ଷରୁ ଦାବି କରା ଯାଇଛି । ସୁଚନାନୁସାରେ ଇଟାମାଟି ଏକ ବ୍ୟବସାୟୀକ ପେଣ୍ଠସ୍ଥଳୀ । ଇଟାମାଟି ଉପରେ ଆଖପାଖ ଲାଠିପଡା ଗମ୍ଭାରିଡିହି, ବିରୁଡ଼ା, ଇକିରି, ରାଜପାଟଣା, କାଳିକା ପ୍ରସାଦ , ବଡପଣ୍ଡୁସର, ଚମ୍ପତିପୁର, ବାଉଁଶିଆ ପଡ଼ା, ନାଟୁଗାଁ ଓ ଜହ୍ନିପଦା ପଞ୍ଚାୟତର ବାସିନ୍ଦା ମାନେ ନିର୍ଭର କରନ୍ତି । ଉକ୍ତ ପଞ୍ଚାୟତ ବାସୀ ରେଲୱେ ସେବାରୁ ବଞ୍ଚିତ ରହୁଥିବା ସଂଘ ପକ୍ଷରୁ ଦାବିକରାଯାଇଛି ।
ମାଣିକାଗୋଡ଼ା ଠାରୁ ନୟାଗଡ଼ ମଧ୍ୟରେ କୌଣସି ଷ୍ଟେସନ ନଥିବାରୁ ଚମ୍ପତି ପୁରଠାରେ ଏକ ରେଲ୍ୱେଷ୍ଟେସନ ନିର୍ମାଣ କରିବା ପାଇଁ ଦାବି କରାଯାଇଛି। ଏଥି ସହ ସଂଘ ପକ୍ଷରୁ କୁହାଯାଇଛି ଇଟାମାଟିରେ ବିଭିନ୍ନ କଲେଜ, ବ୍ୟାଙ୍କ ଓ ଇଟାମାଟି ଥାନା ରହିଛି । ଲୋକମାନଙ୍କୁ ସୁବିଧା ନିମନ୍ତେ ତୁରନ୍ତ ଚମ୍ପତିପୁରରେ ରେଲ୍ୱେ ଷ୍ଟେସନ ନିର୍ମାଣ ପାଇଁ ଦାବି କରାଯାଇଛି । ଦାବି ପୁରଣ ନହେଲେ ଆସନ୍ତା ୨୫ ତାରିଖରେ ଇଟାମାଟି ଫିଲ୍ମ ହଲ୍ ଠାରେ ଦିବା ୯ଟାରୁ ୧୨ଟା ପର୍ଯ୍ୟନ୍ତ ଶାନ୍ତି ପୁର୍ଣ୍ଣ ଆନ୍ଦୋଳନ କରାଯିବ ବୋଲି ସଂଘର ସଭାପତି ମନୋଜ କୁମାର ସାହୁ ଓ ସମ୍ପାଦକ ନିରଞ୍ଜନ ସାଥୁଆ ଦାବି ପତ୍ର ପ୍ରଦାନ କରିଛନ୍ତି ।