ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ ଗୁରୁତର

ନୟାଗଡ଼ ଲେଙ୍କୁଡ଼ିପଡ଼ା ନିକଟରେ ଦୁର୍ଘଟଣା ଘଟି ୪ ଜଣ ଗୁରୁତର ହୋଇଛନ୍ତି। ଭୁବନେଶ୍ବରରୁ ଏକ କାର ଯୋଗେ କିଛି ବ୍ୟକ୍ତି ଶରଣକୁଳ ଥାନା ଅର୍ନ୍ତଗତ ଗମ୍ଭାଡ଼ି ଗାଁକୁ ଯାଉଥିଲେ। ଦ୍ରୁତ ଗତିରେ ଯାଉଥିବା କାର କୁହୁଡି କାରଣରୁ ରାସ୍ତା କଡରେ ଠିଆ ହୋଇଥିବା କୁରାଳ ଗ୍ରାମର ଲିପା ସାମଲଙ୍କୁ ଧକ୍କା ଦେଇଥିଲା। ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପଟେ ଠିଆ ହୋଇଥିବା ପୁଆଣିଆ ଗ୍ରାମର କଲେଜ ଛାତ୍ର ଦୁର୍ଗା ପ୍ରସାଦ ଘଡେ଼ଇଙ୍କୁ ଧକ୍କା ଦେଇ କାରଟି ଓଲଟି ପଡ଼ିଛି।

ଏହି ଦୁର୍ଘଟଣାରେ ଦୁର୍ଗାପ୍ରସାଦ ଗୁରୁତର ହୋଇ ଏମ୍ସ ସ୍ଥାନାନ୍ତରିତ ହୋଇଥିବା ବେଳେ ଲିପା ସାମଲ, କାରରେ ବସିଥିବା ମହିଳା ଆରତୀ ଖଟେଇ, କୁମାରୀ ଖଟେଇ, ଗୀତାଞ୍ଜଳି ଖଟେଇ ଆହତ ହୋଇଛନ୍ତି।

ଗାଡି ଚାଳକ ଗମ୍ଭାଡି ଗ୍ରାମର ପୀତବାସ ଖଟେଇ ଥାନାରେ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି। ନୟାଗଡ଼ ଟାଉନ ଥାନା ପୁଲିସ ଘଟଣା ଛାନ୍ ଭିନ କରୁଛି।ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

You might also like