ନୟାଗଡ ଜିଲ୍ଲାରେ ୨୦୨୧-୨୨ ଧାନ କିଣାରେ ୪୦ କୋଟିର ସ୍କାମ |କେନ୍ଦ୍ରୀୟ ଭିଜିଲାନ୍ସ ତଦନ୍ତ ନିର୍ଦ୍ଧେଶ ଦିଅନ୍ତୁ ପ୍ରଧାନମନ୍ତ୍ରୀ | ପଞ୍ଚାୟତ ପୌର ନିର୍ବାଚନରେ ଖର୍ଚ୍ଚ ହୋଇଛି ଏହି ବିପୁଳ ଅର୍ଥରାଶି… କଂଗ୍ରେସ

ନୟାଗଡ ଜିଲ୍ଲାରୁ ୨୦୨୧-୨୨ ଖରିଫ ରେ ସରକାର ୧୪,୪0,୨0୯ କୁଇଣ୍ଟାଲ ଧାନ କିଣିଛନ୍ତି l ପଞ୍ଜିକୃତ ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ଟ୧୯୪0 ଟଙ୍କା ଦରରେ ୧୪,୪0,୨0୯  କୁଇଣ୍ଟାଲ ×ଟ ୧୯୪0 = ଟ ୨୭୯,୪0,0୫,୪୬0 ଟଙ୍କାର ଧାନ କିଣାଯାଇଛି l

ବିଭିନ୍ନ ପ୍ୟାକ୍ସ ପକ୍ଷରୁ ଧାନର ଏଫଏକ୍ୟୁ ମାନ ଉପରେ ଆପତ୍ତି ଉଠାଯାଇ ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଜାଣତରେ ଚାଷୀଙ୍କ ଠାରୁ ସର୍ବନିମ୍ନ ୧୦ ରୁ ୧୫ କେଜି ପର୍ଯ୍ୟନ୍ତ ଧାନ କଟଣି କରାଯାଇ ବହୁ ବିଳମ୍ବରେ ଧାନ କିଣା ଯାଇଥିଲା l

ଧାନ କିଣାରେ ସର୍ବନିମ୍ନ ୧୦ କେଜି କୁ ହିସାବ କୁ ନିଆଗଲେ ୧, ୪୪,0୨0. ୯ କୁଇଣ୍ଟାଲ ଧାନର ମୂଲ୍ୟ ପ୍ରାୟ ୨୮ କୋଟି ଟଙ୍କା କିନ୍ତୁ କୁଇଣ୍ଟାଲ ପିଛା ୧୫ କେଜି କଟଣି କୁ ହିସାବ କଲେ ପ୍ରାୟ ୪0 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆମ ଜିଲ୍ଲାର ଚାଷୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟ କରାଯାଇ ଥିବା ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଅଭିଯୋଗ କରିଛନ୍ତି l ଏହି ବିପୁଳ ଟଙ୍କାକୁ ଶାସକ ବିଜୁ ଜନତା ଦଳ ପଞ୍ଚାୟତ ଏବଂ ପୌର ନିର୍ବାଚନ ମଦମାଂସରେ ଖର୍ଚ୍ଚକରି ଭୋଟ କିଣିବା, ବ୍ୟୟବହୁଳ ପ୍ରଚାର କରି ଭୋଟ ହାତେଇବା ଭଳି ସଂଗୀନ ଅଭିଯୋଗ କରିଛି କଂଗ୍ରେସ l ଜିଲ୍ଲାର ଲକ୍ଷାଧିକ ଚାଷୀଙ୍କ ଲୁହ,ରକ୍ତ,କଷ୍ଟ ଉପାର୍ଜିତ ସମ୍ପତ୍ତିକୁ କିଛି ପୁଞ୍ଜିପତି ଲୁଟ କରିଥିବା ଦଳ ପକ୍ଷରୁ କୁହାଯାଇଛି, ଯାହାକି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ତଦନ୍ତ ନିର୍ଦ୍ଧେଶ କରାଯାଇ ଚାଷୀଙ୍କ ଅଭିଯୋଗ ଶୁଣାଣି କରାଗଲେ ନୟାଗଡ ଜିଲ୍ଲାରେ ଜିଲ୍ଲାପାଳ ଡ଼ ପୋମା ଟୁଡୁଙ୍କ  ଜାଣତରେ ୪0 କୋଟି ଟଙ୍କାର ଧlନକିଣା ସ୍କାମ ର ସତ୍ୟ ଉନ୍ମୋଚନ ହୋଇପାରିବ l

ସଂଘୀୟ ବ୍ୟବସ୍ଥା ଅନୁସାରେ ଧାନକିଣା ବାବଦ ଅର୍ଥରାଶି କେନ୍ଦ୍ର ସରକାର ରାଜ୍ୟକୁ ଦେଉ ଥିବାରୁ ନୟାଗଡ ଜିଲ୍ଲାରେ ଲକ୍ଷାଧିକ ଚାଷୀଙ୍କ ସ୍ୱାର୍ଥପାଇଁ ଧାନକିଣାରେ ପ୍ରାୟ ୪0 କୋଟି ଟଙ୍କା ସ୍କାମ ଗୁମର ଖୋଲିବା ପାଇଁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କୁ ତଦନ୍ତ ନିର୍ଦ୍ଧେଶ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜିଲ୍ଲା କଂଗ୍ରେସ ଏହି ଲିଖିତ ଅଭିଯୋଗକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ମେଲ,ଟୁଇଟ କରାଯାଇଛି l

You might also like
Leave a comment