ଆଭାସି ମାଧ୍ୟମରେ ପିଏମ୍ କିଷାନ ଉତ୍ସବ  ପାଳିତ

NAYAGARH TODAY: ପିଏମ୍ କିଷାନ ଉତ୍ସବ ଦିବସ ଅବସରରେ ନୟାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଏବଂ ବାଚସ୍ପତି ସୁରମା ପାଢ଼ୀଙ୍କ ପ୍ରତିନିଧି ଉପସ୍ଥିତ ରହିଥିଲେ।

ଆଭାସି ମାଧ୍ୟମରେ ଆୟୋଜିତ ଏହି ଉତ୍ସବରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଗୁରୁତ୍ୱ, ଚାଷୀଙ୍କ ଆର୍ଥିକ ସଶକ୍ତୀକରଣ ଓ କୃଷି କ୍ଷେତ୍ରର ବିକାଶ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଚାଷୀମାନଙ୍କୁ ସରକାରଙ୍କ ବିଭିନ୍ନ କୃଷିଭିତ୍ତିକ ଯୋଜନାର ସୁଫଳ ପହଞ୍ଚାଇବା ସହ ସେମାନଙ୍କ ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ଅବସରରେ ପିଏମ୍ କିଷାନ ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ମିଳୁଥିବା ଆର୍ଥିକ ସହାୟତା ଓ ଯୋଜନାର ବିଭିନ୍ନ ଦିଗ ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ କୃଷି ବିଭାଗର ଅଧିକାରୀ, କର୍ମଚାରୀ ଓ ବହୁ ଚାଷୀ ଯୋଗଦେଇଥିଲେ,

You might also like