
ନୟାଗଡ଼ ଜିଲ୍ଲା ସଂଚୟ ଓ ଆର୍ଥିକ ସେବା ଉପବିଭାଗ ଏବଂ ଜିଲ୍ଲା ପ୍ରଶାସନ ନୟାଗଡ଼ଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ କେସି କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ସଞ୍ଚୟର ଗୁରୁତ୍ୱ, ଆର୍ଥିକ ଶୃଙ୍ଖଳା ଏବଂ ମିତବ୍ୟୟୀ ଜୀବନଶୈଳୀ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଅଯଥା ଖର୍ଚ୍ଚକୁ ନିୟନ୍ତ୍ରଣ କରି ନିୟମିତ ସଞ୍ଚୟ କରିବା ଦ୍ୱାରା ବ୍ୟକ୍ତି ଓ ପରିବାରର ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଭବିଷ୍ୟତର ଆର୍ଥିକ ସୁରକ୍ଷା ସମ୍ଭବ ବୋଲି ମତ ପ୍ରକାଶ ପାଇଥିଲା।
ସେହିପରି ସାଧାରଣ ଲୋକଙ୍କ ମଧ୍ୟରେ ସଞ୍ଚୟ ମନୋଭାବ ସୃଷ୍ଟି କରିବା ସହ ବିଭିନ୍ନ ସରକାରୀ ସଞ୍ଚୟ ଯୋଜନା ଓ ଆର୍ଥିକ ସେବା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା।
ଏହି କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଭାଗର କର୍ମଚାରୀ ଓ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇଥିଲେ।