ନୟାଗଡ଼ରେ ‘ଆମ କଳାକାର’ ପୋର୍ଟାଲର ଜିଲ୍ଲାସ୍ତରୀୟ ଚୟନ ଶେଷ

NAYAGADA TODAY-ଆମ କଳାକାର’ ପୋର୍ଟାଲ ପାଇଁ ନୟାଗଡ଼ ଜିଲ୍ଲାସ୍ତରୀୟ ଚୟନ ପ୍ରକ୍ରିୟା ଶେଷ ହୋଇଛି। ୭ ଦିନ ଧରି ଚାଲିଥିବା ଏହି ପ୍ରକ୍ରିୟାରେ ୪୬୦ଟି ସାଂସ୍କୃତିକ ଦଳର ୫୫୦୦ରୁ ଊର୍ଦ୍ଧ୍ୱ କଳାକାର ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ।ନଭେମ୍ବର ୧୭ରୁ ଆରମ୍ଭ ହୋଇ ୨୬ ତାରିଖରେ ଶେଷ ହୋଇଥିବା ଏହି ଚୟନରେ ଓଡ଼ିଶୀ, ପାଲା, ଦାସକାଠିଆ, ରାମଲୀଳା, ଦଣ୍ଡନାଚ, ଭଜନ ଓ ବିଭିନ୍ନ ପାରମ୍ପରିକ ଲୋକକଳାର ପ୍ରଦର୍ଶନ ହୋଇଥିଲା। ବରିଷ୍ଠ କଳାକାରମାନେ ବିଚାରକ ଭାବେ ଯୋଗଦେଇ ପ୍ରଦର୍ଶନର ମୂଲ୍ୟାୟନ କରିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ସୁମିତ୍ରା ଭୂୟାଁଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଆୟୋଜନ କରାଯାଇଥିଲା। ଏହି ପଦକ୍ଷେପ ଜିଲ୍ଲାର ପାରମ୍ପରିକ କଳା ଓ କଳାକାରଙ୍କୁ ନୂତନ ପରିଚୟ ଏବଂ ସୁଯୋଗ ପ୍ରଦାନ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

You might also like