ବୋଇତ ବନ୍ଦାଣ ଯାତ୍ରା ଉତ୍ସବ ଉଦଯାପିତ ଶେଷ ସନ୍ଧ୍ୟାକୁ ରଙ୍ଗିନ କଲା ମେଲୋଡ଼ି ନାଇଟ 

NAYAGADA TODAY-ନୟାଗଡ଼ ପୁରୁଣା ସହର ମଣ୍ଡାବାଗନ ପଡ଼ିଆରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ଉଦଯାପିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, କାଉନସିଲର ଜାନକୀ ବଲ୍ଲଭ ଜେନା, ଶର୍ମୀଳା ପ୍ରଧାନ, ଦୀନବନ୍ଧୁ ଗୁରୁ, ସ୍ଵୟଂପ୍ରଭା ରଥ, ମଞ୍ଜୁ ଗୁମାନସିଂ, ସନ୍ତୋଷ ମାହାର, ସୁନୀତା ରାଣୀ ମହାପାତ୍ର, ଗୀତାଞ୍ଜଳି ସ୍ୱାଇଁ ପ୍ରମୁଖ ମଞ୍ଚାସିନ ଥିଲେ। ଶେଷ ସନ୍ଧ୍ୟାକୁ ରଙ୍ଗିନ କରିଥିଲା ଭୁବନେଶ୍ୱର ମେଲୋଡ଼ି ନାଇଟ କଳାକାରଙ୍କ ମେଲୋଡ଼ି। ୫ ଦିନ ଧରି ଅନୁଷ୍ଠିତ ହେଉଥିବା ବୋଇତ ବନ୍ଦାଣ ଯାତ୍ରା ଉତ୍ସବରେ ଦୋଳି, ମୀନାବଜାର ଓ ବିଭିନ୍ନ ଷ୍ଟଲ ଲୋକଙ୍କୁ ଆକର୍ଷିତ କରିଥିଲା। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ସତ୍ୟ ନାରାୟଣ ପ୍ରଧାନ, ପରିଚାଳନା କମିଟି ସଭାପତି କିଷାନ୍ ଦାଶ, ଆଇନଜୀବୀ ଦାଶରଥି ସାହୁ, ଗଗନ ବିହାରୀ ମହାପାତ୍ର, ରବୀନ୍ଦ୍ର କୁମାର ଦାଶ, ଅମିତ୍ ପଟ୍ଟନାୟକ, ସୂର୍ଯ୍ୟପ୍ରସାଦ ଦାଶଙ୍କ ସମେତ ପୁରୁଣା ସହରର ବହୁ ଯୁବକ ସହଯୋଗ ଓ ପରିଚାଳନା କରିଥିଲେ।

You might also like