ନୟାଗଡ଼ରେ ଜନଜାତୀୟ ଗୌରବ ଦିବସ ଅଭିଯାନ ନେଇ ସାମ୍ବାଦିକ ସମ୍ମିଳନୀ

NAYAGADA TODAY-ମହାପୁରୁଷ ବୀର୍ସା ମୁଣ୍ଡାଙ୍କ 151ତମ ଜୟନ୍ତୀ ଏବଂ ସହିଦ ଲକ୍ଷ୍ମଣ ନାୟକଙ୍କ 127ତମ ଜୟନ୍ତୀ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ଅଭିଯାନ ପାଳନ ନେଇ ନୟାଗଡ଼ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ବ୍ଲକ ସମ୍ମିଳନୀ କକ୍ଷ ରେ ଆୟୋଜିତ ହୋଇଛି।ନଭେମ୍ବର 11 ତାରିଖରୁ 22ନଭେମ୍ବର  ୨୦୨୬ ପର୍ଯ୍ୟନ୍ତ ଜନଜାତୀୟ ଗୌରବ ଦିବସ ଅଭିଯାନ ପାଳନ ନିମନ୍ତେ  ସାମ୍ବାଦିକ ସମ୍ମିଳନି ରେ ସୂଚନା ଦିଆଯାଇଛି।ଏହି ଅଭିଯାନ ମାଧ୍ୟମରେ ମହାନ ଜନଜାତି ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ଓ ଅବଦାନକୁ ସ୍ମରଣ କରିବା ସହ ଜନଜାତି ସମାଜର ଗୌରବମୟ ଇତିହାସକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟ ରହିଛି।ଏହି ସାମ୍ବାଦିକ ସମ୍ମିଳନୀ ରେ ନୟାଗଡ଼ ଜିଲ୍ଲା ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦ ଅଧକ୍ଷ ତ୍ରିନାଥ ମଲ୍ଲିକ, ଙ୍କ ସଂଗେ ଉପାଧ୍ୟକ୍ଷା ସମିତା ଦେହୁରୀ ଙ୍କ ସଙ୍ଗେ ନୟାଗଡ଼ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ତଥା ନୂଆଗାଁ ବ୍ଲକ ଉପାଧକ୍ଷ ପର୍ଶୁରାମ ସ୍ୱାଇଁ ଏବଂ ରତ୍ନାକର ପ୍ରଧାନ,,ସାମ୍ବାଦିକ ସମ୍ମିଳନୀ ରେ ଯୋଗ ଦେଇ ଥିଲେ l

You might also like