ଓଡ଼ଗାଁରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୬ ଉଦ୍‌ଘାଟିତ

NAYAGADA TODAY-ଓଡ଼ଗାଁ ବ୍ଲକଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ଅତିଥି ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା’ ଏବଂ ‘ପ୍ରଧାନମନ୍ତ୍ରୀ କାମଧେନୁ ଯୋଜନା’ ମାଧ୍ୟମରେ ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ରରେ ଚାଷୀମାନେ କିପରି ଲାଭବାନ ହେବା ସହ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରୁଛନ୍ତି, ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକର ସଫଳ ମତ୍ସ୍ୟଚାଷୀ ଓ ପ୍ରାଣୀପାଳକମାନଙ୍କୁ ମଞ୍ଚ ଉପରେସମ୍ମାନିତକରାଯାଇଥିଲା। ଏଥିସହ ମେଳାରେ ଖୋଲାଯାଇଥିବା ବିଭିନ୍ନ ଷ୍ଟଲ ପରିଦର୍ଶନ କରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବିଶେଷଜ୍ଞ ଏବଂ ଅଧିକାରୀମାନଙ୍କ ସହ ବିଭିନ୍ନ ଯୋଜନା, ନୂତନ ଜ୍ଞାନକୌଶଳ ଓ ଚାଷୀଙ୍କ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ।

You might also like