NAYAGADA TODAY-ସୁନାମୁହିଁ ପାର୍କର ସାମଗ୍ରିକ ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ ଦିଗରେ ପ୍ରଶାସନର ପଦକ୍ଷେପ। ପାର୍କଟିକୁ ଅଧିକ ଆକର୍ଷଣୀୟ, ଆଧୁନିକ, ସୁବିଧାସମ୍ପନ୍ନ ତଥା ପରିବେଶ ଅନୁକୂଳ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ସମ୍ପୃକ୍ତ ଅଧିକାରୀଙ୍କ ସହ ପାର୍କ ପରିଦର୍ଶନ କରାଯାଇଥିଲା।ଏହି ଅବସରରେ ପାର୍କର ଭିତ୍ତିଭୂମି ବିକାଶ, ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକୀୟ ସୁବିଧା ସୃଷ୍ଟି ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଏବଂ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।ଏଥିସହ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଓ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଥିଲା।ପରିଦର୍ଶନ ସମୟରେ ମାଇନର ଇରିଗେସନ୍ ବିଭାଗର ମୁଖ୍ୟଯନ୍ତ୍ରୀ (Chief Engineer), ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ, ଏସ୍ଡିଓ, ଏଇ, ତହସିଲଦାର, ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।ପାର୍କର ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେଲେ ଏହା ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଚୟ ହାସଲ କରିବ ବୋଲି ଆଶା କରାଯାଉଛି।