ନୟାଗଡ଼ରେ ଜାତୀୟ ପ୍ରେସ ଦିବସ ପାଳିତ

NAYAGADA TODAY-ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସାମ୍ବାଦିକତାର ମୂଲ୍ୟବୋଧ, ସାମ୍ବାଦିକଙ୍କ ସାମାଜିକ ଦାୟିତ୍ୱ ଏବଂ ଗଣତନ୍ତ୍ରର ସୁରକ୍ଷାରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା ହୋଇଥିଲା।କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ସାମ୍ବାଦିକ ଭବନର ସଭାପତି ରଜତ ପଟ୍ଟନାୟକ ଏବଂ ଜିଲ୍ଲା ଲୋକ ସୂଚନା ଓ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ଯୋଗଦେଇଥିଲେ। ଏଥିସହ ଜିଲ୍ଲାର ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ।ଅତିଥିମାନେ ନିଜ ବକ୍ତବ୍ୟରେ ସାମ୍ବାଦିକତା କେବଳ ଖବର ପରିବେଷଣର ମାଧ୍ୟମ ନୁହେଁ, ବରଂ ଏହା ସମାଜର ଦର୍ପଣ ବୋଲି ମତବ୍ୟକ୍ତ କରିଥିଲେ। ସତ୍ୟ ଓ ନିରପେକ୍ଷ ଖବର ପରିବେଷଣ ସହ ଜନସାଧାରଣଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ପହଞ୍ଚାଇବା ସାମ୍ବାଦିକଙ୍କ ମୁଖ୍ୟ ଦାୟିତ୍ୱ ବୋଲି ମତ ପ୍ରକାଶ ପାଇଥିଲା। ବର୍ତ୍ତମାନର ଡିଜିଟାଲ ଯୁଗରେ ଗୁଜବ ଓ ଅପପ୍ରଚାରଠାରୁ ଦୂରେଇ ରହି ତଥ୍ୟଭିତ୍ତିକ ଖବର ପ୍ରସାରଣ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମର ଭୂମିକାକୁ ଅଧିକ ସୁଦୃଢ଼ କରିବା ସହ ସାମ୍ବାଦିକଙ୍କ ନିରାପତ୍ତା, ସ୍ୱାଧୀନତା ଓ ନିରପେକ୍ଷତା ବଜାୟ ରଖିବା ଉପରେ ମତ ପ୍ରକାଶ ପାଇଥିଲା l

You might also like